ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟିତ୍ରୀ ସତ୍ୟରୁପା ଯୋଶୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

ଶିକ୍ଷୟିତ୍ରୀ ସତ୍ୟରୁପା ଯୋଶୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

ସିନାପାଲି:୩୦/୦୪- (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ସିନାପାଲି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୂପା ଯୋଶୀ ନିଜ ଚାକିରୀ ଜୀବନରୁ ଆଜି ଅବସର ଗ୍ରହଣ କରିଛନ୍ତି l ଦୀର୍ଘ ଦିନରୁ ସେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଦାୟିତ୍ଵରେ ରହି ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିଆସୁଥିଲେ l ଜଣେ ମେଳାପୀ, ମିଷ୍ଟଭାଷୀ, ତଥା କର୍ତ୍ତବ୍ଯପରାୟଣା ଶିକ୍ଷୟିତ୍ରୀ ଭାବରେ ତାଙ୍କର ସୁନାମ ରହିଥିବା ବେଳେ ଆଜି ଏକ ଭାବାବେଗ ପରିବେଶ ମଧ୍ୟରେ ନିଜ ସ୍କୁଲ ପରିସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏନେଇ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ମନୋରଞ୍ଜନ ମେହେର, ନିକୁଞ୍ଜ ବିହାରି ସା, ଶିକ୍ଷୟିତ୍ରୀ ପର୍ତିଶ୍ବରୀ ପାତ୍ର ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀ ସତ୍ଯରୂପା ଯୋଶୀ ଙ୍କ ଶିକ୍ଷା ପ୍ରତି ସମର୍ପଣ ଓ ତ୍ୟାଗପୂର୍ଣ ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମହେଶ କୁମାର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଲିଳାକର ସା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related posts

ତୁଳସୀ କ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଫୁଲୱାମା ସହିଦ୍ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ

masiha

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!