ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

  ମୟୂରଭଞ୍ଜ -୧୭/୦୧ ( ମସିହା)ଆଜି ତା ୧୭ .୦୧ .୨୦୨୪ ରିଖ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଜାତଳା ବ୍ଲକ ସଭାପତି ଶ୍ରୀ ଦୁର୍ଗା ଚରଣ ସୋରେନ ଙ୍କ ଅକାଳ ମୃତ୍ୟୁ ଖବର ପାଇ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ସାଲୁ କିସ୍କୁ , ବିଜାତଳା ବ୍ଲକ ୩୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀ ମତୀ ମୀନା ସୋରେନ , ବିଜାତଳା ବ୍ଲକ ସଭାପତି ଶ୍ରୀ ବ୍ରଜମୋହନ ମୁର୍ମୁ , ନାଏବ ସରପଞ୍ଚ ପାର୍ବତୀ ଟୁଡୁ ,ପୂର୍ବତନ ବ୍ଲକ୍ ସଭାପତି ଶ୍ରୀ ପାଗାନ ସୋରେନ , ରଘୁନାଥ ଟୁଡୁ , ରାମେଶ୍ବର ଟୁଡୁ , ହିନ୍ଦୁ ବାସ୍କେ , ବିଘ୍ନେଶ୍ୱର ରାଜ, ବାଇଧର ହାଁସଦା , ଗୋପିନାଥ ସୋରେନ , ଛୋଟ ହାଁସଦା ,ଜାନୁ ଟୁଡୁ ,ଦେବ ବାସ୍କେ ,ସୁରାଇ ସୋରେନ ,ଖେଲାରାମ ମାରାଣ୍ଡି ,ଯୁବ ସାମ୍ବାଦିକ ସୁରେନ୍ଦ୍ର ମୁଣ୍ଡା,କନ୍ଦା ସୋରେନ ପ୍ରମୁଖ ତାଙ୍କ ସରଗଡାସ୍ଥ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ lଦୁର୍ଗା ସୋରେନ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ, ପରୋପକାରୀ ,ଓ ସମାଜସେବୀ ଥିଲେ । ଆଦିବାସୀଙ୍କ ହକ୍ ଏବଂ ଅଂଚଳର ବିକାଶ ପାଇଁ ପାଇଁ ସେ ସବୁବେଳେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ମୃତ୍ୟୁରେ ଵଇଜଆତଳଆ ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

Sunil Chandra Nayak

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!