ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

  ମୟୂରଭଞ୍ଜ -୧୭/୦୧ ( ମସିହା)ଆଜି ତା ୧୭ .୦୧ .୨୦୨୪ ରିଖ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଜାତଳା ବ୍ଲକ ସଭାପତି ଶ୍ରୀ ଦୁର୍ଗା ଚରଣ ସୋରେନ ଙ୍କ ଅକାଳ ମୃତ୍ୟୁ ଖବର ପାଇ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ସାଲୁ କିସ୍କୁ , ବିଜାତଳା ବ୍ଲକ ୩୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀ ମତୀ ମୀନା ସୋରେନ , ବିଜାତଳା ବ୍ଲକ ସଭାପତି ଶ୍ରୀ ବ୍ରଜମୋହନ ମୁର୍ମୁ , ନାଏବ ସରପଞ୍ଚ ପାର୍ବତୀ ଟୁଡୁ ,ପୂର୍ବତନ ବ୍ଲକ୍ ସଭାପତି ଶ୍ରୀ ପାଗାନ ସୋରେନ , ରଘୁନାଥ ଟୁଡୁ , ରାମେଶ୍ବର ଟୁଡୁ , ହିନ୍ଦୁ ବାସ୍କେ , ବିଘ୍ନେଶ୍ୱର ରାଜ, ବାଇଧର ହାଁସଦା , ଗୋପିନାଥ ସୋରେନ , ଛୋଟ ହାଁସଦା ,ଜାନୁ ଟୁଡୁ ,ଦେବ ବାସ୍କେ ,ସୁରାଇ ସୋରେନ ,ଖେଲାରାମ ମାରାଣ୍ଡି ,ଯୁବ ସାମ୍ବାଦିକ ସୁରେନ୍ଦ୍ର ମୁଣ୍ଡା,କନ୍ଦା ସୋରେନ ପ୍ରମୁଖ ତାଙ୍କ ସରଗଡାସ୍ଥ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ lଦୁର୍ଗା ସୋରେନ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ, ପରୋପକାରୀ ,ଓ ସମାଜସେବୀ ଥିଲେ । ଆଦିବାସୀଙ୍କ ହକ୍ ଏବଂ ଅଂଚଳର ବିକାଶ ପାଇଁ ପାଇଁ ସେ ସବୁବେଳେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ମୃତ୍ୟୁରେ ଵଇଜଆତଳଆ ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ସମ୍ବେଦନଶୀଳ ଅଞ୍ଚଳରେ ମଦଦୋକାନ ଖୋଲା କାହା ସ୍ୱାର୍ଥରେ ? ଜୁନାଗଡ଼ ଏକ ନମ୍ବର ବିଦେଶୀ ମଦ ଦୋକାନ ଖୋଲା କୁ ନେଇ ଆନ୍ଦୋଳନ ଦାନା ବାନ୍ଦୁଛି !

ଶିଶୁ ବାଟିକା ଓ ବିଦ୍ୟାଳୟ ପ୍ରବେଶ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

Leave a Comment

error: Content is protected !!