ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଜିଲ୍ଲା ସଦରମହକୁମା ରୁ ଗଡିଲା ଲକ୍ଷ୍ମୀ ବସ୍

ଭବାନୀପାଟଣା ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଜିଲ୍ଲା ସଦରମହକୁମା ରୁ ଗଡିଲା ଲକ୍ଷ୍ମୀ ବସ୍

 ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନା ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ ବସ ର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସନ୍ଧ୍ୟା ୫.୦୦ ଘ ସମୟରେ ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ ସେବା ଏକ ସୁଯୋଗ ଆଣିଦେଇଛି । ପ୍ରଥମ ପର୍ଯ୍ୟାୟ ରେ ୧୨ଟି ଜିଲ୍ଲାରୁ ଏହି ବସ ସେବା ଆରମ୍ଭ କରାଯାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ , ଆରକ୍ଷୀ ଅଧିକ୍ଷକ ଅଭଳାଷ ଜି. , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ପୌରାଧ୍ୟକ୍ଷା ସଂଯୁକ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହି ଯୋଜନାର ଉଦ୍ଦେଶ୍ୟ ଊପରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ ଓ ସି ଏମ ଡି , ଓ ଏସ ଆର୍ ଟି ସି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ। ୫୧ସିଟ ବିଶିଷ୍ଟ ଆରାମ ଦାୟକ ଶୀତତାପ ନିୟନ୍ତ୍ରିତ ବସ ଭବାନୀପାଟଣା ଠାରୁ ରାମପୁର , ତୁମୁଡି ବନ୍ଧ , ବାଲିଗୁଡା , ଫୁଲବାଣୀ , ଚାରି ଛକ , ଦଶପଲ୍ଲା , ନୟାଗଡ଼ ,ଖୋର୍ଦ୍ଧା ,ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ।ପୂର୍ବରୁ ପ୍ରଚଳିତ ଲକ୍ଷ୍ମୀ ବସ ଯୋଜନାରେ ଲକ୍ଷ୍ମୀ ବସ ଗାଁ ରୁ ବ୍ଲକ,ବ୍ଲକ ରୁ ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲା ; ବର୍ତ୍ତମାନ ଏହା ସଦର ମହକୁମା ରୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ କରି ଯାତ୍ରାକୁ ଆରାମଦାୟକ ,ସହଜ ଓ ସୁଗମ କରିବ । ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ ଅନାମ ଚରଣ ନାଏକ , ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ,ସହରର ବିଶିଷ୍ଟ ବ୍ୟକ୍ତି, ମିଶନଶକ୍ତି ସଭ୍ୟ,ସରକାରୀ ଅଧିକାରୀ,ଆ.ର.ଟି.ଓ ଗତିକୃଷ୍ଣ ସାମନ୍ତରାୟ ,ଓ.ଏସ.ଆର.ଟି ସି. ଜି.ଏମ. ରବୀନ୍ଦ୍ର ବେହେରା , ଲକ୍ଷ୍ମୀ ବସ ଯୋଜନା ପ୍ରବନ୍ଧକ ବିଶ୍ଵ ରଞ୍ଜନ ମହାନ୍ତି , ଡି.ଆଇ.ପି.ଆର.ଓ ମନୋଜ ବେହେରା ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

masiha

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

Sunil Chandra Nayak

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!