ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

ଗୋଳାମୁଣ୍ଡା/ମସିହା/୨/୪/କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରାମଚନ୍ଦ୍ର ପୁର ଗ୍ରାମର ରଙ୍ଗସଭା ହରିଜନ ପତ୍ନୀ ଯଶୋଦା ହରିଜନ ନିଜ ପରିବାର ସହ ଘର ଦୁଆରରେ ଖୋଲା ଆକାଶ ତଳେ ଶୋଇଥିବା ସମୟରେ ଗତ ୨୩/୩ ରିଖ ରାତ୍ରି ୨ ଘଟିକା ସମୟରେ ଚାରି ବର୍ଷର ଝିଅ ତ୍ରିବେଣୀ ହରିଜନଙ୍କୁ ଗୁଣିଗାରେଡି ଲୋକ କିମ୍ଭା ଦୁର୍ବୁତମାନେ ଉଠାଇ ନେଇଥିଲେ । ଶୋଇବା ଶଯ୍ୟାରେ ଝିଅ ନ ଥିବା ଦେଖି ପରିବାର ଲୋକେ ପଡୋଶୀ ଲୋକଙ୍କୁ ଉଠାଇ ଖୋଜା ଖୋଜି କରିବା ସମୟରେ ପୂର୍ତ୍ତ ବିଭାଗ ରାସ୍ତା ପଟରୁ ଝିଅ ରାତ୍ରିରେ ଦୌଡ଼ିଦୌଡ଼ି ଘରକୁ ଫେରିଥିବା ପରିବାର ପକ୍ଷରୁ ପ୍ରକାଶ ପାଇଛି ହେଲେ ଝିଅର ମୁଣ୍ଡର ବାଳ ,ନଖ କାଟି ନେଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଝିଅର ପରିବାର ଓ ଗାଁଲୋକେ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ କେନ୍ଦ୍ର କରି କେଗାଁ ପୋଲିସ ତନାଘନା ତଦନ୍ତ କରିଦେଇଛି ।ଏହି ପରିପ୍ରେକ୍ଷୀରେ ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମକୁମାର ସେନାପତି, ଈଶ୍ୱରୀ ପଟେଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ପୃଥ୍ୱୀରାଜ ତାଣ୍ଡି,ଧନରାଜ କେତକୀ,ଲୋକନାଥ ଟୋଲଟିଆ,ଜନ୍ମେଜୟ ନାଇକ,ରବୀନ୍ଦ୍ର ରାଉତ ପ୍ରମୁଖ ସେହିଗ୍ରାମ ରାମଚନ୍ଦ୍ର ପୁର ଯାଇ ସମସ୍ତ ତଥ୍ୟ ସଂଗ୍ରହ କରି କେଗାଁ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ସହ ଅପହରଣ ହୋଇଥିବା ଚାରି ବର୍ଷୀୟ ଝିଅ ଉପରେ ପଚାରିବାରୁ ଏପର୍ଯ୍ୟନ୍ତ ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରି ପାରି ନାହିଁ ତଦନ୍ତ ଜୋର ସୋରରେ ଚାଲିଛି ,ନିଶ୍ଚିତ ଭାବେ ଆସାମୀ ଧରା ପଡିବ ବୋଲି ଶ୍ରୀ କୁମ୍ଭାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁକହିଥିଲେ, । ବିଗତ ଦିନରେ ନୂଆଗାଁରେ ଦୁଇଟି ଶିଶୁକୁ ବଳୀ ଦିଆଯାଇଛି ଅଞ୍ଚଳବାସୀଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ପୁଣି ଚର୍ଚ୍ଚାରେ ଚାରି ବର୍ଷର ଝିଅ । ଏହି ଅଞ୍ଚଳରେ ଗୁଣି ଗାରେଡି ଲୋକ ଅନେକାଂଶରେ ଥିବା ହେତୁ ଏପରି ଘଟଣା ବାରମ୍ବାର ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଝିଅର ବାଳ ଓ ନଖ ନେଇଥିବା ହେତୁ ଅଞ୍ଚଳ ବାସୀଙ୍କ ମନରେ ବଳୀ ପାଇଁ ସନ୍ଦେହ ସୃଷ୍ଟି ହୋଇଛି,ଏପରି କାମ ହେଇଛି କି ବୋଲି ଅନେକ ପ୍ରଶ୍ନ ଉଠୁଛି ।ଯଦିଓ ଆସାମୀ ଜଣା ନ ପଡେ ତେବେ ପୋଲିସ ଉପରେ ଲୋକଙ୍କ ବିଶ୍ୱାସ ତୁଟିଯିବ ବୋଲି ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ଜୋର ଧରିଛି ।ଗୋଳାମୁଣ୍ଡା ବ୍ଲକ ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର

Sunil Chandra Nayak

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!