ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ରାଉରକେଲା/ କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ କବି ପ୍ରସାଦୀ ସାହୁ ମୁଖ୍ୟଅତିଥି ଏବଂ ସୁସାହିତ୍ୟିକା ଶୁଭଲକ୍ଷ୍ମୀ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଜ୍ଞାନ ଆହରଣ ଓ ଲୁକ୍କାୟିତ ପ୍ରତିଭାର ଉନ୍ନତି ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଆହୁତ ଏହି ସଭାରେ ସେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ଵ ଉପରେ ଦିଗଦର୍ଶନ ଦେଇଥିଲେ।

 

    ଏହି ଅବସରରେ ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାକରଣ ଦକ୍ଷତା, କବିତା ଆବୃତ୍ତି, ବକ୍ତୃତା, ଭଜନ ଗାନ, ସଙ୍ଗୀତ ଓ ଶବ୍ଦଧନ୍ଦା ଆଦି ଭାଷା ଓ ଐତିହ୍ୟ ଭିତ୍ତିକ ପ୍ରତିଯୋଗିତାର ଆୟୋଜନ କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରତିଭା ତନ୍ତୀ, ଅଧ୍ୟାପିକା ରଶ୍ମୀରେଖା ସାହୁ, ଅଧ୍ୟାପିକା ଅରୁଣା ଭୋଇ ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସର୍ବଶେଷରେ ଅଧ୍ୟାପିକା ପ୍ରତିଭା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ରମ୍ହପୁର ବିଶ୍ୱବିଦ୍ୟାଳୟ ସ୍ତରରେ ମହର୍ଷି ଗୁରୁକୂଳ ର ତିନି ଛାତ୍ରୀ ହେଲେ ଟପ୍ପର

masiha

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

Sunil Chandra Nayak

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

Sunil Chandra Nayak

Leave a Comment

error: Content is protected !!