ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର 

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର 

ରାଉରକେଲା/ ସେକ୍ଟର ୨୦ସ୍ଥିତ ଉତ୍କଳ ଗୈାରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି। ଉଦଘାଟିନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀ କାର୍ଯ୍ୟକ୍ରମର ଉପଯୋଗୀତା ସମ୍ବନ୍ଧରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ କିପରି ଶୃଙ୍ଖଳିତ ଭାବରେ ସମ୍ପାଦିତ ହୋଇପାରିବ ସେ ସମ୍ପର୍କରେ ସେ ମାର୍ଗଦର୍ଶନ ଦେଇଥିଲେ। ଜୟା କୁମାରୀ ସିଂ ପ୍ରଶିକ୍ଷିକା ଭାବେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ର ବିଭିନ୍ନ କୌଶଳ ଶିଖାଇଥିଲେ। ଏହି ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ସଂଯୋଜିକା ରୀତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହାବିଦ୍ଯାଳୟର ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ୱେଲକୋମ ଭିଜିଲାନ୍ସ- ଯୋଡ଼ା’କୋଇଡାରେ ମାଳ’ମାଳ ବ୍ରହ୍ମରାକ୍ଷାସ ଖଣି ଅଫିସର

masiha

Leave a Comment

error: Content is protected !!