ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହାର ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ

ଜବାହାର ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ

କୋକସରା,୧୮/୧ // ଉଚ୍ଚ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଭାଷା ସାହିତ୍ୟ ଓ ସୃଜନଶୀଳତା ବିଷୟରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଆୟୋଜନ କରାଯାଉଛି। ଗୁରୁବାର କୋକସରା ସଦର ମହକୁମାର ଜବାହାର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭରେ ଅଗ୍ରଦେଵ ଗଣେଶଙ୍କୁ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅନୁଷ୍ଠିତ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ବିଇଓ ରଶ୍ମିତା ନେତମ, ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମିନିକେତନ ପ୍ରଧାନୀ, ଅଵସର ପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ମାଝୀ, ଏସଏମଡିସି ସଦସ୍ୟ ତ୍ରିଭୁବନ ନାଏକ, ଆଲୁମିନା ସଦସ୍ୟ ପରମାନନ୍ଦ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସୃଜନଶୀଳତା କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରି ନିଜ ସ୍କୁଲ ପାଇଁ ଗୌରବ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉପରେ ନିଜର ଆଭିମୁଖ୍ୟ ଅତିଥିଙ୍କ ନିକଟରେ କହିଥିଲେ। ସୃଜନଶୀଳତା ଉପରେ ବିଭିନ୍ନ ପ୍ରକଳ୍ପ ମୋଡେଲ କରି ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ବନିତା ରାଣି ଦତ୍ତ, ସୀମାରାଣୀ ସିଂ, ରଶ୍ମିତା ନିଆଲ, ଟଙ୍କ ଶବର, ତୁଳସିରାମ ଚଳାନ, ଦେବାଶିଷ ସାହୁ, ସୁନିଲ କୁମାର ବିଶୋଇ, ଅମିତ କୁମାର ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ହେମନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

ପ୍ରତି ମାସର ଏକ ତାରିଖ ଏବଂ ଷୋହଳ ତାରିଖରେ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗା ଅଭ୍ୟାସ ର ଶୁଭାରମ୍ଭ

masiha

ଇସ୍ପାତ ଫିଟନେସ ପାଥ ରେ ରଜ ମହୋତ୍ସବ ପାଳନ 

masiha

Leave a Comment

error: Content is protected !!