ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ

ରାଉରକେଲା/ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ କଳା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସମଗ୍ର ଦେଶ ବିଦେଶରେ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ତଥା ଵିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଓ.ଏସ୍.ଏ.ପି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ପୁରସ୍କାର ପ୍ରାପ୍ତ କୃତି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ବରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

        ଏହି କାର୍ଯ୍ୟକ୍ରମ ରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ତଥା ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହିଥିଲେ। ଅତିଥି ଗଣ ଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ, ପ୍ରଦୀପ ପ୍ରଜ୍ଜ୍ୱଳନ, ଅତିଥି ପରିଚୟ ପ୍ରଦାନ ପରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟରେ ନିଜର ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ମାତୃଭାଷା ଓଡ଼ିଆ ର ଓଡ଼ିଆ ଜାତି ପ୍ରତି ଅବଦାନ ସମ୍ଵନ୍ଧରେ ଉଦବୋଧନ ଦେଇ ଵିଦ୍ଯାର୍ଥୀ ମାନଙ୍କୁ ନିଜର ମା, ମାଟି ଓ ମାତୃଭାଷା ପ୍ରତି କୃତଜ୍ଞ ହେବାକୁ ଉପଦେଶ ଦେଇଥିଲେ। ଏହାପରେ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ କ୍ଲବ୍ ର ଵିଦ୍ଯାର୍ଥୀ ମାନଙ୍କୁ ନେଇ ଗଳ୍ପ ଲିଖନ, ଗଳ୍ପ ପଠନ ଓ କବିତା ଆବୃତ୍ତି ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀ ଚୟନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଭାଷା ବିକାଶ ମଞ୍ଚର ଆବାହକ ଆର୍ତ୍ତତ୍ରାଣ ମହାପାତ୍ର ତଥା ସମ୍ମାନିତ ଅତିଥି ଭାବେ ଇସ୍ପାତ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଞ୍ଜବିହାରୀ ରାଉତ ଯୋଗଦାନ ଦେଇ ଵିଦ୍ଯାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସଭିଏ ପ୍ରାଚୀନ ତଥା ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟର ମହତ୍ତ୍ଵ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଵିଦ୍ଯାର୍ଥୀ ମାନଙ୍କୁ ସେହି ଭାଷା ସାହିତ୍ୟର ଜାଗ୍ରତ ପ୍ରହରୀ ବୋଲି ଅଭିହିତ କରିଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥି ଗଣଙ୍କୁ ଵିଦ୍ଯାଳୟ ତରଫରୁ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଉମାକାନ୍ତ କରଣ ଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଵିଦ୍ଯାଳୟ ର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମିଶ୍ର, ବିକାଶ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ବିଶ୍ବାଳ, ପ୍ରତାପ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ରବିନାରାୟଣ ପାତ୍ର, ଅଚଳା ମିଶ୍ର, ରୋହିଣୀ ରାଉତ ଓ ସୁଶ୍ରୀ ସମୀକ୍ଷା ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୌରପାଳିକା ଓ ଅଲ ସିଡ୍ୟୁଲଡ କାଷ୍ଟ ଫେଡେରେସନର ନିଆରା ପଦକ୍ଷେପ ଉନ୍ମୋଚିତ ହେଲା ସମ୍ବିଧାନ ପ୍ରତିକୃତୀ ଓ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

masiha

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ପଙ୍କୁଆ ବାଲି ଓ ବିନା ସୂଚନାଫଳକରେ ଚାଲିଛି କଂକ୍ରିଟ ରାସ୍ତା କାମ , ମାଲେମାଲ୍ ହେଉଛନ୍ତି ଠିକାଦାର ଓ ବନବିଭାଗ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!