ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନର୍ଲା /ମସିହା ୨୦/୦୧ / ଦିପକ କୁମାର ଠାକୁର/ ନର୍ଲା ବ୍ଲକ ବଲବସପୁର ମଦଭାଟି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ନେବାରୁ ମୃତ ଯୁବକ ଜଣକ ଉଲିକୂପା ଗ୍ରାମର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଇକ୍ ତଳେ ବ୍ୟକ୍ତି ଜଣକ ଚାପି ହୋଇ ରହିଥିବା ବେଳେ ନିକଟରେ ଏକ ବ୍ୟାଗ ମଧ୍ୟ ପଡ଼ିଥିବା ଦେଖାଯାଇଛି।କୈ।ଣସି କାରଣରୁ ବ୍ୟକ୍ତି ଜଣକ ରୁପ୍ରାରୋଡ଼କୁ ଆସି ଗତକାଲି ବିଳମ୍ବିତ ରାତିରେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅନୁମାନ କରୁଥିବା ବେଳେ ନର୍ଲା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି।ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ ଆଣିଥିବା ଜଣାପଡିଛି।

Related posts

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Nimbus – A Celebration of Indian Classical Dance by Kalingayana Touryatrikam Held in Bhubaneswar

Sunil Chandra Nayak

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!