ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

ନୂଆପଡ଼ା, ଖଡିଆଳ ଡିଏଫଓ ନିତେଶ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଇନ୍ଡି ସାଲିଆ ଙ୍କ ଯୋଜନା ନେତୃତ୍ବ ରେ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତା ଙ୍କ ତତ୍ୱାବଧାନରେ ଗତ ଗୁରୁବାର ଦିନ ଛତିଶଗଡ଼ ଉଦନ୍ତି ଟାଇଗର ରିଜବ୍ ବେଙ୍ଗ ଏସିଏଫ ଗୋପାଳ କସିଅପ ଙ୍କ ମିଲିତ ଆନୁକୂଲ୍ୟରେ ବ୍ରଜକାପ୍ତା ଡିଲ ହେଉଥିବା କୌଣସି ସୁତ୍ର ରୁ ଖବର ପାଇଁ ନଙ୍ଗଲବୋଡ ଠାରେ ଚଢାଉ କରିଥିଲେ। ସେଠାରେ ଏକ ଜିବନ୍ତ ବ୍ରଜକାପ୍ତା ଓ ବ୍ରଜକାପ୍ତା କାତି ଡିଲ କରୁଥିବା ବେଲେ ଉଭୟ ବନବିଭାଗ ଟିମ ମାଡି ବସିଥିବା ବେଲେ ଦୁଇ ଜଣ ଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ଜିବନ୍ତ ବ୍ରଜକାପ୍ତା, ବ୍ରଜକାପ୍ତା କାତି, ଦୁଇଟି ମୋବାଇଲ ଓ ଦୁଇଟି ବାଇକ ଜବତ୍ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଏହି ଡିଲ ସମୟରେ ବନ ବିଭାଗ ଦୁଇ ଜଣ କୁ ଗିରଫ କରିଥିବା ବେଲେ ଜଣେ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ର ନିଜ ଭାଇ ବୋଲି ଜଣାପଡିଛି। ଗିରଫ ଦୁଇଜଣ ହେଲେ ଘାଟମାଲ ପ୍ରାଇମେରୀ ସ୍କୁଲ ଶିକ୍ଷକ ଦିନେଶ ମାଝି ଓ ଶିକ୍ଷକ ର ଭାଇ ତୁପଣ ମାଝି। ଏହି ଗିରଫ ବ୍ଯକ୍ତି ଙ୍କ ଠାରୁ ବନ ବିଭାଗ ୧୨ କେଜି ୩ଶହ ର ଏକ ଜିବନ୍ତ ବ୍ରଜକାପ୍ତା ଉଦ୍ଧାର କରିଥିବା ବେଲେ ଦୁଇ କେଜି ୭ଶହ ଗ୍ରାମ ବ୍ରଜକାପ୍ତା କାତି, ଏକ ସ୍ମାଟ ମୋବାଇଲ, ଏକ ଜିଓ କିପେଟ ମୋବାଇଲ, ଗୋଟିଏ ସ୍ଲେଣ୍ତର ଦୁଇ ଚକିଆ ଗାଡୀ ବ୍ଲାକ୍ କଲର ର ସିଜି ୦୪ ସିବି ୧୦୫୬ ଓ ଟିଭିଏସ୍ ଏକ୍ସଲ୍ ସିଜି ୨୩ ଜେ ୧୪୭୮ ଗାଡୀ ନମ୍ୱର ବୋଲି ସୁଚନା ମିଲିଛି।ସିନାପାଲି ବନ ବିଭାଗ ରେ ଗିରଫ ଦୁଇଜଣ ବ୍ଯକ୍ତି ଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ବଲରେ କେସ୍ ନମ୍ୱର ୩୫୩/୨୪ ଅନୁସାରେ ଏକ ମାମଲା ରୁଜୁକରି କୋଟ ଚାଲାଣ କରାଯାଇଛି।ଏହି ଚଢାଉ ରେ ସିନାପାଲି ବନ ବିଭାଗ ଫରେଷ୍ଟ ଗାଡ ଚୁଡାନାଥ ସରାପ, ଉପେନ୍ଦ୍ର ମହାହୁତି, ମନୋଜ ବାଗ, ସୁଜାତା ବଡମାଲି, କୁଲେଶ୍ୱରି ମାଝି ସମେତ ଉଭୟ ଓଡ଼ିଶା ଓ ଛତିଶଗଡ଼ ର ବନ କର୍ମଚାରୀ ସାମିଲ ଥିଲେ।

ସୁଜିତ କୁମାର ପ୍ରଧାନ ନୂଆପଡା

Related posts

ଶିମିଳିପାଳ ଅଭୟାରଣ୍ୟ ରୁ ୪ ହାତୀ ଦାନ୍ତ ସହିତ ଶିକାରୀ ଗିରଫ

Sunil Chandra Nayak

ଜବରଦସ୍ତ ଅଟକାଇ ଦସ୍ତଖତ ନେଇଥିବା ଅଭିଯୋଗ

masiha

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ ୨- ଭାପୁର ଛଦେଶ ଅଞ୍ଚଳର କିଛି ଗାଁ,ସାହି,ଦୋକାନ,ଛକ,ବଜାର ଓ ହୋଟେଲରେ ଦିନ ରାତ୍ରି ଚୋରା ମଦବିକ୍ରି ଚାଲୁଛି

Leave a Comment

error: Content is protected !!