ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାରୁଦ୍ର ଯୁବକ ସଂଘକୁ ଉତ୍କଳ ସେବା ସମ୍ମାନରେ ସମ୍ମାନିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ କୁ ଉତ୍କଳ ସେବା ସମ୍ମାନ ରେ ସମ୍ମାନିତ କରାଯାଇଛି l ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ଅଧ୍ୟକ୍ଷତାରେ ଏକ ମଞ୍ଚ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନ ଓ ସମାଜସେବି ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଯାଦବ ସଂଘର ସଭାପତି ବଳରାମସିଂ ଯାଦବ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଡିଏସପି ଶ୍ରୀମତୀ ରେଣୁକା ସୁନା, କଳାହାଣ୍ଡି ଡିଏସ୍ଏସ୍ଓ ମଞ୍ଜିତ ହୋତା, ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, କଳାହାଣ୍ଡି ବିବେକସେନା ସଭାପତି ଶିବରାମ ନାୟକ, ଯୁବ ସମାଜସେବୀ ତଥା ଅଭିଷେକ ଇଣ୍ଡେନ ଗେସର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଚାନ୍ଦ୍, ଯୁବ ନେତୃତ୍ୱ ଦୀପକ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ସ୍ୱପ୍ନାକୁମାର ବେହେରା ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଭାପତି କାମିନୀ କିନ୍ନର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନର୍ଲାରୋଡ ସେବାକାରୀ କିନ୍ନର ସଂଘ ତରଫରୁ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମପୁରରୁ ଆସିଥିବା କିନ୍ନର ମାନଙ୍କ ଗୁରୁ ମାତା ଶାନ୍ତି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ । କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଚାରି ଝିଅ ଙ୍କ ସହ ଭଙ୍ଗାଘରେ ଜୀବନ ବିତାଉଛି ଗୋମତୀ

Sunil Chandra Nayak

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

Sunil Chandra Nayak

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!