ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

ଗୋଲାମୁଣ୍ଡା, .21, I,24 // ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ #ନୂଆ-ଓ #ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିନବ ପଦକ୍ଷେପ ସାହିତ୍ୟ ପ୍ରତିଯୋଗିତା ଗତ ୧୮ ତାରିଖରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାଧ୍ୟାପକ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଉଦ୍ଘାଟିତ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ଯାୟକ୍ରମେ ହାତକୁ ନିଆଯାଇଥିବା ପ୍ରସ୍ତାବିତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ଯରୁ ଓଡ଼ିଆ କବିତା ଲିଖନ, ଓଡ଼ିଆ ଭାଗବତ ପଠନ, ଓଡ଼ିଆ କବିତା ପଠନ, ଓଡ଼ିଆ ଗୀତ ଗାୟନ,ଓଡ଼ିଆ ହସ୍ତାକ୍ଷର ଲିଖନ,କୁଇଜ୍ ଏବଂ ଓଡ଼ିଆ ବ୍ଯାକରଣ ଦକ୍ଷତା ଆଦି ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇ ଯାଇଛି। ନୋଡ଼ାଲ ଅଧିକାରୀ ଭାଷା ସାହିତ୍ୟର ଅଧ୍ଯାପକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ #ନୂଆ-ଓ# ଯୁବ ଓଡ଼ିଶା-ନବୀନ ଓଡ଼ିଶାର ନୋଡ଼ାଲ ଅଧିକାରୀ ଅଧ୍ଯାପକ ପ୍ରବୀର କୁମାର ରାୟ ,ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ଅଧ୍ଯାପକ ବିଜୟ କୁମାର ସାହୁ, ଶାନ୍ତନୁ କୁମାର ପରିଡ଼ା, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, ସନ୍ଦୀପ କୁମାର କାନୁନଗୋ, ଅଧ୍ୟାପିକା ଶୋଭାଗିନୀ ନାୟକ,ଅଧ୍ଯାପକ ତ୍ରିନାଥ ପଟ୍ଟନାୟକଙ୍କ ସମେତ ଦିଲ୍ଲୀପ କୁମାର ସ୍ବାଇଁ,ପ୍ରସନ୍ନ କୁମାର ପ୍ରଧାନ, ପ୍ରମୋଦ କୁମାର ମହାନ୍ତି,ଖେଳ ଶିକ୍ଷକ ସନ୍ତୋଷ କୁମାର ବାରିକ ଏବଂ ସମସ୍ତ କର୍ମଚାରୀ ଭାଗ ନେଇ କାର୍ଯକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ରବିଧାନ ପଞ୍ଜିକରଣ ନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ ଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୯ ତାରିଖ:  ମାନବୀୟ ସଂଗ୍ରାମ,ସଫଳତା,ଜ୍ଞାନ,ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉତ୍ ଥାନ ଦିବସ 

ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଙ୍କ ସମସ୍ୟା କୁ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ ଏ ସି ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!