ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

ରାଜନଗର -21.01.024 // କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାରେ ଥିବା ଵହୁପୁରାତନ ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟରେ ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସନ୍ଦୀପ କୁମାର ମହାପାତ୍ର ଓ ରତ୍ନାକର ନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତର ବିଖ୍ୟାତ କଥା ଶିଳ୍ପୀ ଶ୍ରୀ ରାମଚନ୍ଦ୍ର ଵେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ମନୁଷ୍ଯ ନିଜ ଉପରେ ଭରସା ରଖି ଭାବନାକୁ ପାଥେୟ କରିବା ସହ ଜୀବନରେ ପ୍ରତିବନ୍ଧକ ଓ ନୈରାଶକୁ ଅତିକ୍ରମ କରି ଆଗକୁ ଆଗକୁ ବଢିଲେ ସଫଳତାର ମାଇଲେଜ ମିଳିପାରିଵ। ମୁଖ୍ୟ ବକ୍ତାଭାବେ ଓଡିଶାର ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ଯୋଗଦେଇ ସମ୍ପୃକ୍ତ ଆଲୋଚନା ଚକ୍ରରେ ମତଵ୍ୟକ୍ତ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସାରସ୍ବତ ସଂଗଠକ ସରୋଜ କୁମାର ମହାନ୍ତି ଯୋଗଦେଇ ଆଲୋଚକ୍ରର ଵିଷୟଵସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଵହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମକୁ ସୂଚନା ନାହିଁ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

 

Related posts

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

masiha

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

ଧର୍ମଘଟ ପରେ ଅଙ୍ଗନବାଡି କର୍ମୀ ମାନେ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାରୁ ଚାରି ଦିନର ଦରମା ପାଇବାରୁ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!