ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

ବାଲେଶ୍ଵର,୨୨/୦୧/୨୪- ସମାଜରେ ଘଟୁଥିବା ଘଟଣାବଳୀକୁ ଜଣେ କବି ତା’ର କଲମ ମୁନରେ ନିଖୁଣ ଭାବରେ ଚିତ୍ରଣ କରିପାରେ । ସାହିତ୍ୟ ସାଧନା କବିର ହୃଦୟକୁ ଆନନ୍ଦୋତି କରିବା ସଙ୍ଗେ ସଙ୍ଗେ ପାଠକଙ୍କ ନିକଟରେ ନିଜର ପରିଚୟ ସୃଷ୍ଟି କରିଥାଏ ଏବଂ ସମାଜ ପରିବର୍ତ୍ତନ ବାର୍ତ୍ତା ଲେଖନୀ ମାଧ୍ୟମରେ ଜନମାନସରେ ପହଞ୍ଚାଇଥାଏ । ଏହି ପରିପ୍ରେକ୍ଷୀରେ ତା ୨୧/୦୧/୨୦୨୪ ରିଖରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ କୁପାରି ସ୍ଥିତ ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ଏକବିଂଶତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେବା ପାଇଁ ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଆସିଥିଲେ । ସୁଦୂର ଜଳେଶ୍ବର କବି ଜ୍ଯୋତ୍ସ୍ନାରାଣୀ ମହାନ୍ତି ଅତି ଆଗ୍ରହର ସହିତ ଛୁଟି ଆସିଥିଲେ କବିତା ପାଠ କରିବା ପାଇଁ । ଶ୍ରୀମତୀ ମହାନ୍ତିଙ୍କ ଆଗ୍ରହ ଦେଖି କବିତା ମଞ୍ଚର ସଭାପତି ଶରତ ଚନ୍ଦ୍ର ବିଶ୍ବାଳ ପ୍ରଥମେ କବିତା ପାଠ କରିବାର ସୁଯୋଗ ଦେଇଥିଲେ । ଯାହାର ଶୀର୍ଷକ ଥିଲା ” ନାରୀ ” । ଉକ୍ତ କବିତାଟି ସମସ୍ତ ପାଠକଙ୍କ ହୃଦୟକୁ ଛୁଇଁଥିବାରୁ ଶ୍ରୀମତୀ ମହାନ୍ତି ନିଜକୁ ଧନ୍ୟବାଦ ମନେ କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ସଭାପତି ଶ୍ରୀ ବିଶ୍ବାଳ ଶ୍ରୀମତୀ ମହାନ୍ତିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ମା ଅମ୍ବିକାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅନୁଷ୍ଠାନ ଏକ ପ୍ଲାଟ ଫର୍ମ । ସୁନ୍ଦର କବିତା ରଚନା ମାଧ୍ୟମରେ ଆଗକୁ କିପରି ଅଧିକରୁ ଅଧିକ ପ୍ଲାଟ ଫର୍ମରେ ପାଦ ଥାପିବ, ସାରସ୍ୱତ ଜଗତରେ ଉଜ୍ଜ୍ୱଳ ତାରକାଟିଏ ହେବ ସେଥିପାଇଁ ଲେଖନୀ ଚାଳନା ଜାରି ରଖିବାକୁ ପରାମର୍ଶ ଦେଇ କଲ୍ଯାଣ କରିଥିଲେ । ଏବଂ କବିତା ପାଠ ନିମନ୍ତେ ୨୦୨୫ ମସିହା ବାର୍ଷିକ ଉତ୍ସବକୁ ଆସିବା ପାଇଁ କହିଥିଲେ ।।

 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ 

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

masiha

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

Leave a Comment

error: Content is protected !!