ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଧ୍ୟା ରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: କର ସେବକ ବଖାଣିଲେ ନିଜ ଅନୁଭୂତି

ଅଯୋଧ୍ୟା ରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ:

କର ସେବକ ବଖାଣିଲେ ନିଜ ଅନୁଭୂତି

ମ,ରାମପୁର,୨୩/୧( ମସୀହା):- ଗତ କାଲି ଅଯୋଧ୍ୟା ରେ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ହେଇଛି। ଏହି ପ୍ରତିଷ୍ଠା ଅବସର ରେ ପ୍ରତିଟି ଭାରତୀୟ ନିଜକୁ ସାମିଲ କରେଇ ଘରେ ଘରେ ମନେଇଛନ୍ତି ଉତ୍ସବ । ତେବେ ରାମ ମନ୍ଦିର ନିର୍ମାଣ ପାଇଁ କେତେ ଆନ୍ଦୋଳନ ହୋଇଛି l ଏଥିପାଇଁ ଶହ ଶହ ସାଧୁ ସନ୍ଥଙ୍କ ଜୀବନ ବି ଯାଇଛି l ସେହି ଆନ୍ଦୋଳନରେ ବିଶ୍ବହିନ୍ଦୁ ପରିଷଦ ତରଫରୁ କର ସେବକ ଭାବରେ ୧୯୯୦ ମସିହା ରେ କଳାହାଣ୍ଡି ଜିଲ୍ଲା ମ,ରାମପୁର ତଳସାଗର ପଡା ର ଦେବାର୍ଚ୍ଚନ ମହାଖୁଡ଼ ସାମିଲ ହେଇଥିଲେ। ସେ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ନେତୃତ୍ୱ ରେ ବାବ୍ରି ମସଜିଦ ଭାଙ୍ଗିବା ପାଇଁ ହୋଇଥିବା ଆନ୍ଦୋଳନରେ ନିଜକୁ ସାମିଲ କରେଇ ଥିଲେ । ଯାହାର ଅନୁଭୂତି ବଖାଣି ଆଜି ଭାବ ବିହ୍ବଳ ହୋଇ ପଡ଼ିଥିଲେ । ବହୁତ୍ ଶ୍ରମ ସ୍ବୀକାର କରି ଅଯୋଧ୍ୟା ରେ ପହଞ୍ଚି ଆନ୍ଦୋଳନ ରେ ସାମିଲ ହୋଇ ଲାଠି ମାଡ ଖାଇଥିଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁଳି ଖାଇବାରୁ । ଗୁଳି ମାଡ ତାଙ୍କୁ ବାଜି ନ ଥିଲା ସିନା ତାଙ୍କ ସହ ଥିବା ଆଉ ଜଣେ ସନ୍ନ୍ୟାସୀ ତାଙ୍କ ଆଖି ଆଗରେ ଟଳି ପଡିଲେ । ଏମିତି କେତେ ସନ୍ୟାସୀ ଙ୍କ ମୃତ୍ୟୁ ଆଖି ଆଗରେ ଦେଖିଥିବା ବେଳେ ଜଣେ ସନ୍ନ୍ୟାସୀ ଙ୍କୁ ଗୁଳି ବାଜିବା ଅବସ୍ଥା ରେ ଡ଼ାକ୍ତର ଖାନା ପହେଞ୍ଚେଇ ଜୀବନ ରକ୍ଷା କରି ପାରିଥିଲେ । ରଣ କ୍ଷେତ୍ର ପାଲଟି ଥିଲା ଅଯୋଧ୍ୟା । ତଥାପି ରାମ ଝଣ୍ଡା ଲଗାଇବାରେ ସଫଳ ହେଇଥିଲେ । ନିକଟସ୍ଥ ସରଜୁ ନଦୀ କୂଳ ରେ ଅସ୍ଥାୟୀ ତମ୍ବୁ ରେ ମାସାଧିକାଳ ରହି ଆନ୍ଦୋଳନ ରେ ସେ ସାମିଲ ହୋଇଥିବା କହିଛନ୍ତି । ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ସେ ନିଜକୁ ଧନ୍ୟ ମନେ କରିବା ସହ ଅତୀତ ର ସେହି ଲୋମହର୍ଷଣ କାରି ଦୃଶ୍ୟ ମନେ ପଡ଼ିଲେ ଏବେ ବି ତାଙ୍କରି ଲୋମ ଟାଙ୍କୁରି ଉଠୁଥିବା ଦେଖା ଯାଇଥିଲା । ଏହି ଅବସରରେ ଭାଗବତ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!