ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟାଙ୍ଗିଆରେ ଆକ୍ରମଣକରି ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ 

ଟାଙ୍ଗିଆରେ ଆକ୍ରମଣକରି ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ 

ନବରଙ୍ଗପୁର, ୨୨/୧–ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସ ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଧନସିଂ ଜାନୀ (୩୫) ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ସୂଚନଯୋଗ୍ୟ:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ର ଶିଂସାରୀ ଫାଣ୍ଡି ଅଧୀନ ରାଜପୁର ଗ୍ରାମର ସୁମନି ଜାନୀ ଓ ଧନସିଂ ଜାନୀ ଗୁରୁବାର ଦିନ ସଂଧ୍ୟା ସମୟରେ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଶୁକ୍ରବାର ଦିନ ସଂଧ୍ୟା ସମୟରେ ସୁମନିଙ୍କ ଶବ ଜମିରେ ପଡ଼ିଥିବା ଗାଇ ଚରାଇବାକୁ ଯାଇଥିବା କିଛି ଲୋକ ଦେଖିଥିଲେ ଏବଂ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଘରକୁ ଆଣିଥିଲେ। ଘଟଣାକୁ ନେଇ ମୃତ ମହିଳାଙ୍କ ପୁତୁରା ଖେମରାଜ ଜାନି ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାର ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଧନସିଂ ଜାନୀ କୁ ଥାନାରେ ଅଟକ ରଖାଯାଇ ଟଙ୍ଗୀଆ ଜବତ କରି ତଦନ୍ତ ଚାଲିଥିଲା | ସୋମବାର ଅଭିଯୁକ୍ତ ଧନସିଂ ଜାନୀ (୩୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୪/୨୪ ରେ ଏକ ମାମଲା ରୁଜୁ ହୋଇଥିଲା |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ 

masiha

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

Sunil Chandra Nayak

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

masiha

Leave a Comment

error: Content is protected !!