ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵାତ୍ମା ବିଦ୍ୟା ମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ

ବିଶ୍ଵାତ୍ମା ବିଦ୍ୟା ମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବିଶ୍ୱାତ୍ମା ବିଦ୍ୟା ମନ୍ଦିର ର ୨୪ତମ ବାର୍ଷିକୋତ୍ସବ କପୁରମାଳ ସ୍ଥିତ ନିର୍ବିକଳ୍ପ ନିକେତନ ଠାରେ ମହାସମାରୋହର ସହ ପାଳିତ ହୋଇଯାଇଛି।ଦୀପ ପ୍ରଜ୍ଜ୍ଵଳନ ଓ ବେଦପାଠ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ଆଚାର୍ଯ୍ୟା ଯଶୋଦା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ରଜନୀକାନ୍ତ ଠାକୁର ବାର୍ଷିକ ବିବରଣୀ ପାଠ କରିଥିଲେ।ବିଶ୍ଵାତ୍ମା ଚେତନା ପରିଷଦ ଜୟପାଟଣା ର ସଭାପତି ସ୍ଵାମୀ ନିତ୍ୟ ମୁକ୍ତାନନ୍ଦ ସରସ୍ୱତୀ ଜିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ବିଶ୍ଵାତ୍ମା ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ପରମହଂସ ପୂଜ୍ଯପାଦ ସ୍ଵାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ଜି ମହାରାଜ ଯୋଗଦେଇ ଦେଶ ସମାଜ ଗଠନରେ ବୈଦିକ ଶିକ୍ଷା ର ଗୁରୁତ୍ଵ ଉପରେ ଆଲୋକପାତ କରିବା ସହ ବିଶ୍ଵାତ୍ମା ବିଦ୍ୟା ମନ୍ଦିର ରୁ ସୃଷ୍ଟି ହୋଇଥିବା ବହୁ ପ୍ରତିଭା ଆଜି ଦେଶ ତଥା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପଦବୀ ଅଳଙ୍କୃତ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ବିଶ୍ଵାତ୍ମା ଚେତନା ପରିଷଦ ସମ୍ପାଦକ ସ୍ଵାମୀ ସତ୍ୟ ବେଦାନନ୍ଦ ସରସ୍ଵତୀ ଜି, ବିଶ୍ଵାତ୍ମା ବିଦ୍ୟା ମନ୍ଦିର ବଲାଙ୍ଗୀର ର ସମ୍ପାଦକ ନବୀନ ବେଦବାକ୍, ବଲାଙ୍ଗୀର ବିଶ୍ଵାତ୍ମା ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ଯ ତରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଗୁରୁତ୍ଵ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ, ଅଭିଭାବିକା ମାନଙ୍କ ଭୂମିକା ଉପରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀମତୀ ଯଶୋଦା ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯ ବିଜୟ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ଘୁମୁରା ଗୁରୁ ତଥା ନାଟ୍ୟକାର ତୀର୍ଥ ରାଜ ଦଳପତି ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟା ମନ୍ଦିର ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତ୍ୟନ୍ତ ଉଚ୍ଚକୋଟୀର ଚିତ୍ତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଶେଷକରି ତୀର୍ଥ ରାଜ ଦଳପତି ଙ୍କ ରଚିତ ଏବଂ ବିଶିଷ୍ଟ ଶିକ୍ଷାବିତ୍ ତଥା କଳାକାର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ନିର୍ଦ୍ଦେଶିତ ହାସ୍ୟ ବ୍ୟଙ୍ଗାତ୍ମକ ନାଟକ ଆଧୁନିକ ସମାଜ ପାଇଁ ଏକ ସ୍ଵତନ୍ତ୍ର ବାର୍ତ୍ତା ପ୍ରଦାନ କରିଥିଲା। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଅଭିଭାବକ, ଅଭିଭାବିକା, ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଅପରେସନ୍‍ ସିନ୍ଦୁର’ର ସଫଳତା:ରାଇରଙ୍ଗପୁରରେ ତ୍ରିରଙ୍ଗା ବାଇକ୍ ଯାତ୍ରା  ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା

masiha

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

Leave a Comment

error: Content is protected !!