ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା – ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା:୧/୪ ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ ରିଜର୍ଭ ପୁଲିସ କାର୍ଯ୍ଯାଳୟ ଠାରେ ଜିଲ୍ଲା ସ୍ତରୀୟ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୁଲିସ ପତାକା ଉତ୍ତୋଳନ କରି ପ୍ଯାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାୟଗଡା ଜିଲ୍ଲାରେ ମାଓ ଦମନ କାର୍ଯ୍ଯ ହ୍ରାସ କରିବାରେ ଯବାନଙ୍କ କାର୍ଯ୍ଯ ଦକ୍ଷତା ଓ ସାହାସିକତାକୁ ପ୍ରଶଂସା କରିଥିଲେ। ସମସ୍ତ ପୁଲିସ କର୍ମଚାରୀ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହିତ ଜନସାଧାରଣଙ୍କ ନିକଟତର ହୋଇ ତାଙ୍କର ସୁଖଦୁଃଖରେ ସାମିଲ ହେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଟ୍ରାଫିକ ସମସ୍ୟା କ୍ଷେତ୍ରରେ ଅଧିକ ଯତ୍ନବାନ ହୋଇ ହ୍ରାସ କରିବା ସହିତ ନିଷ୍ଠାପର ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ପୁଲିସ କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ। କୋଭିଡ୍ ସମୟରେ ପୁଲିସ କର୍ମଚାରୀଙ୍କ କାର୍ଯ୍ଯ କଳାପକୁ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରେଷ୍ଠ ୬ ଜଣ ପୁଲିସ କର୍ମଚାରୀଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉପସ୍ଥିତି ରହିଥିଲେ।ଅନ୍ଯତମ ଅତିଥି ମାନଙ୍କ ମଧ୍ୟରେ ଡିଆଇଜି ସିଆରପିଏଫ ବିଜୟ କୁମାର,୪ର୍ଥ ବାଟାଲିୟାନ ସିଆରପିଏଫ ର କପିଗିଲ ଓ ଜେକେ ପେପର ମିଲର ମୁଖ୍ୟ କାର୍ଯ୍ଯ ନିର୍ବାହୀ ଉପସଭାପତି ବିନୟ ଦିବେଦୀ,ଡିଏସପିଓ ରାୟଗଡା ଥାନା ଆଇଆଇସି ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଶକ୍ତିଦା ବିଷୋୟୀ ଙ୍କ କବିତା ମୋ ଭାଷାର ସମୃଦ୍ଧି

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମିଳିତ ଜନଶୁଣାଣୀ 

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!