ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତି ର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା/ ସୁନ୍ଦରଗଡ ଜିଲ୍ଲା ବରସୁଆଁ ସ୍ଥିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ” ପ୍ରଗତି “ପକ୍ଷରୁ ଏହାର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା, କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ସେଲ ଖଣି ବିଭାଗର ପ୍ରାକ୍ତନ ମହାପ୍ରବନ୍ଧକ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ,ସମାଜସେବୀ ହରେକୃଷ୍ଣ ପାଢୀ, ବରସୁଆଁ ବିଦ୍ୟାଭାରତୀ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନଚାର୍ଯ୍ୟ ଶଶିଭୂଷଣ ମାହାନ୍ତ, ସରପଞ୍ଚ ଏମାରେନ ଭୁୟାଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। କବି ଅଶୋକ କୁମାର ରାଉତ ଓ ସ୍ନେହଲତା ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନେ ଉତ୍କଳର ଗରିମାମୟ ଇତିହାସ, ଭାଷା ବ୍ୟବହାର ଉପରେ ଗୁରୁତ୍ୱ, ମହାମନିଷୀ ମାନଙ୍କ ତ୍ୟାଗ, ସାଧନା ଓ ବଳିଦାନ ଓ ଆମ୍ଭମାନଙ୍କ ରାଜ୍ୟ ତଥା ଭାଷା ପ୍ରତି ଉତ୍ତର ଦାୟିତ୍ଵ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଛାତ୍ରୀ ଶ୍ରେୟାରାଣୀ ବେହେରା ଉତ୍କଳ ଦିବସ ସଂପର୍କରେ ବକ୍ତବ୍ଯ ରଖିଥିଲେ। ସ୍ନେହଲତା ପାତ୍ର ଦେଶାତ୍ମକବୋଧ କବିତା ସହ ଦିବଙ୍ଗତ ଲତା ମଙ୍ଗେସକର ଗାଇଥିବା ଶ୍ରାବଣୀ କବିତାଟି ଗାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ସହ ଉଦଘୋଷକ,ଗୁରୁ ପ୍ରବିର କୁମାର ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନଟରାଜ ନୃତ୍ୟ ପରିଷଦର ଛାତ୍ରୀମାନେ ତଥା ବରସୁଆଁ ଅଂଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଓଡିଶୀ ତଥା ଓଡିଶାର ଗରିମା ମୟ ସଂପର୍କରେ ନୃତ୍ୟ ପରିବେଷଣ କରି ଦର୍ଶକ ଓ ଶ୍ରୋତା ଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସହ ସଂପାଦକ ସୁବ୍ରତ କର,ଲଲାଟେନ୍ଦୁ କେଶରୀ ସାସ୍ମଲ,ଇନ୍ଦ୍ର ମିସ୍ତ୍ରୀ, ବିକ୍ରମ ସିଂହ, ବିଶ୍ବଜିତା ମହାପାତ୍ର, ବିନୟ ସିଂହ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭାପତି ଶ୍ରୀ ବେହେରା ସଭାପତିତ୍ବ ଅଭିଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶସ୍ଯକଳା ପଞ୍ଚାୟତ, ଦମାଳୁ,ଭୁତୁଡା, ରାଇକେଲା, ବରସୁଆଁ,ଟିଙ୍କୋ, ଚୋରଧରା, ଲଙ୍ଗଳକଣ୍ଟା, ଟେନସା, ବଙ୍କାବଜାର,ନିଉ ମାର୍କେଟ ଅଂଚଳର ସହସ୍ରାଧିକ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

Sunil Chandra Nayak

ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ୬୮ ତମ ବନ୍ୟପ୍ରାଣୀ ସପ୍ତାହ

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଅଣ୍ଟା ସଳଖ କରୁଛି

Leave a Comment

error: Content is protected !!