ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଗୋଳାମୁଣ୍ଡା/ମସିହା/ଭାରତ ରତ୍ନ ତଥା ସାମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦର ସଭାପତି ରାମକୁମାର ସେନାପତି ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା, ଏଥିରେ ଆସନ୍ତା ଅପ୍ରେଲ ୧୪/୪/୨୨ ଗୁରୁବାର ଦିନ ଜନ୍ମ ଜୟନ୍ତୀ ଥିବାରୁ ଉକ୍ତ ଜୟନ୍ତୀ ପାଳନ କରିବାକୁ ନେଇ ଆଜି ସଭାରେ ସର୍ଵ ସଂମତି କ୍ରମେ କାର୍ଲି ଗ୍ରାମର ବଜାରପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି,ଏହି ଜୟନ୍ତୀ ଉପଲକ୍ଷେ ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ,ଏବଂ ଯୁବଗୋଷ୍ଠୀ ଉପସ୍ଥିତ ରହିବେ ବୋଲି ଆଜିକାର ସଭାପତି ରାମକୁମାର ସେନାପତି ଅନୁରୋଧ କରିଥିଲେ, ଏହି ସଭାରେ ଦଶପୁର ଯୋନ ସଭାପତି ଭୁବନେଶ୍ୱର ନିଆଲ, ଭାଗ୍ୟବାନ ବାଗ, କେଗାଁ ଯୋନ ସଭାପତି କ୍ଷେତ୍ରମୋହନ ଛତ୍ରୀଆ,ଗୋଳାମୁଣ୍ଡା ଯୋନ ସଭାପତି ମନୁମଙ୍ଗରାଜ, ଭିମା ବାଗ, ମୁରଲୀ ବାଗ,ମେଘରାଜ ଦୁର୍ଗା, ଭକ୍ତି ବାଗ, ମକରନ୍ଦ ଦୀପ, ବନବାସ ସୁନାନୀ, ଜନ୍ମେଜୟ ନାଇକ, ପୃଥ୍ୱୀରାଜ ତାଣ୍ଡି, କପୁରଚନ ସେଠିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ସମ୍ବଲପୁରୀ ଦିବସ

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!