ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

କୋକସରା,୨୪/୧ // ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମର ସଚେତନ ନାଗରିକ, ସାମ୍ବାଦିକ ମାନେ ଉପସ୍ଥିତ ରହି ୨୬ ଜାନୁଆରୀ ପାଳନ ଉପରେ ଆଲୋଚନା କରିଥିଲେ। ଭୋରରେ ପ୍ରଭାତ ଫେରି ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ ପ୍ରତିଷ୍ଠାନରେ ସକାଳ ୭:୩୦ ରେ ଜାତୀୟ ପତାକା ଉତ୍ତୋଳନ ପରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ବଜାର ପଡ଼ିଆ ଗୁଡାହାଣ୍ଡି ମଞ୍ଚରେ ପାଳନ ହେବାକୁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି।ଏହି ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଐରି ନାସନ ଚିନ୍ଦା, ଏନସିସି କ୍ୟାପେଟନ ଅଶ୍ୱିନୀ କୁମାର ପଟ୍ଟନାୟକ, ପିଇଟି ଅମିତ ମହାନ୍ତି, ନିରଞ୍ଜନ ନେଗି, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର, କୃଷି ଅଧିକାରୀ ଆଶିଷ ପାଟିଲ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ସ୍ପୋର୍ଟ୍ସ କ୍ଲବ ସମ୍ପାଦକ କ୍ଷୀରସିନ୍ଧୁ ନେଗି, ଜିତେନ୍ଦ୍ର ପ୍ରଧାନୀ, ସାମ୍ବାଦିକ ସନତ ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଷୀ, ସୁଧାରାମ ସରାଫ, ଜଗଦୀଶ ନାଏକ, ଚକ୍ରଧର ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

Leave a Comment

error: Content is protected !!