ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

କୋକସରା,୨୪/୧ // କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବୁଧବାର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ବିଶାଳ ଜନ ସମାବେଶ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ସଭାପତି ଭାରତ ଭୂଷଣ ବେମାଲଙ୍କ ସଭାପତିତ୍ୱରେ ସମାବେଶରେ ବିଜେଡିର ପୂର୍ବତନ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ , କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ଯାଦବ ସମାଜର ସଭାନେତ୍ରୀ ରଶ୍ମିରେଖା ରାଉତ ସମେତ ଅନ୍ୟ କର୍ମକର୍ତ୍ତା ମାନେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ଜଣାପଡିଛି। କଂଗ୍ରେସ ଦଳର ଏହି ମିଶ୍ରଣ ପର୍ଵରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରଭାରୀ ଅଜୟ କୁମାର, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବରିଷ୍ଠ କଂଗ୍ରେସ ନେତା ରାହସ ବିହାରୀ ବେହେରା, ବରିଷ୍ଠ ନେତା ଜୟରାମ ପାଙ୍ଗି, ଜଗନ୍ନାଥ ପଟ୍ଟନାୟକ, ମହମ୍ମଦ ସାହେବ, ଯୁବ ନେତା ସାଗର ଚରଣ ଦାସ, ରବି ପାଟ୍ଟଯୋଷୀ ପ୍ରମୁଖ ଦଲୀୟ ନେତୃବୃନ୍ଦଙ୍କ ସମେତ ହଜାର ହଜାର କଂଗ୍ରେସର ଦଲୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ ପୂର୍ବତନ ସରପଞ୍ଚ ଶ୍ରୀମତୀ।ରଶ୍ମିରେଖା ରାଉତ କଂଗ୍ରେସ ଦଳରେ ମିଶିବା ପରେ ଦଳର ଏଜେଣ୍ଡା ଓ ଦଲୀୟ ନେତାଙ୍କ ନିର୍ଦ୍ଦେଶ କ୍ରମେ ଦଳରେ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀମତୀ ରାଉତ ପ୍ରକାଶ କରିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆହ୍ବାନ 

masiha

ବିଜୁ ଜନତା ଦଳ ଦଳ ଛାଡିଲେ କଲମପୁର ର ପୁର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ

masiha

Leave a Comment

error: Content is protected !!