ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା ରେ ମହାଦୁର୍ନୀତି ଅଭିଯୋଗ,  ଗୋଟିଏ କାର୍ଯ୍ୟ ରେ ଲାଗିଛି ଦୁଇଟି ସୂଚନା ଫଳକ 

ଆମ ଓଡିଶା ନବୀନ ଓଡିଶା ରେ ମହାଦୁର୍ନୀତି ଅଭିଯୋଗ 

ଗୋଟିଏ କାର୍ଯ୍ୟ ରେ ଲାଗିଛି ଦୁଇଟି ସୂଚନା ଫଳକ 

ତୁରେକେଲା ୨୫/୦୧, ରାଜ୍ୟ ସରକାର ଙ୍କ ନୂଆ ଯୋଜନା, ଆମ ଓଡିଶା ନବୀନ ଓଡିଶା l ଏହି ଯୋଜନା ରେ ଗ୍ରାମାଞ୍ଚଳ ର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମ ରେ ଖର୍ଚ ହେଉଛି କୋଟି କୋଟି ଟଙ୍କା l

ପ୍ରକୃତ ରେ ଦେଖିବାକୁ ଗଲେ ସ୍ଥାନୀୟ ଲୋକ ପ୍ରତିନିଧି ହେଉ ଅଥବା ସ୍ଥାନୀୟ ସରକାରୀ କର୍ମଚାରୀଙ୍କ କିମ୍ବା ଅଧିକାରୀଙ୍କ ଅବହେଳା ଯୋଗୁଁ ବଢୁଛି ଦୁର୍ନୀତି l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ଚାରପାଣି ଗାଁ ରେ lଆମ ଓଡିଶା ନବୀନ ଓଡିଶା ତରଫରୁ ଆର୍ଥିକ ବର୍ଷ ୨୦୨୩/୨୪ ରେ ଚାରପାଣି ଗାଁ ର ମହାବନ୍ଧ ରେ ଗାଧୁଆ ପାହାଚ ପାଇଁ ଅଟକଳ ପରିମାଣ ୨ ଲକ୍ଷ୫୦ହଜାର ମଂଜୁର ହୋଇଅଛି l

କାର୍ଯ୍ୟନିର୍ବାହୀ ସଂସ୍ଥା ତୁରେକେଲା ବ୍ଲକ ଅଧୀନ ରେ ଏହି କାର୍ଯ୍ୟ ଅନୁମୋଦନ କରାଯାଇଛି lକାର୍ଯ୍ୟରମ୍ଭ ତା ୨୫/୧୧/୨୩ ସୂଚନା ଫଳକ ରେ ସଫା ସଫା ଲେଖା ହୋଇଛି, ହେଲେ ବର୍ତମାନ ପାହାଚ କାର୍ଯ୍ୟ କିଛି ଆରମ୍ଭ ହୋଇ ନାହିଁ l

ଅନ୍ୟପକ୍ଷେ ଏହି କାର୍ଯ୍ୟ ପାଇଁ ଆଉ ଏକ ସୂଚନା ଫଳକ ତିଆରି ହୋଇଛି ଯେଉଁଠି କାର୍ଯ୍ୟ ଆରମ୍ଭ ଲେଖା ହୋଇ ନାହିଁ l ଗାଁ ଲୋକଙ୍କ କହିବା ଅନୁସାରେ ଗୋଟେ କାମ ପାଇଁ ଦୁଇ ଦୁଇ ଟି ସୂଚନା ଫଳକ କହିକି ଲଗା ଯାଇଛି l ଯଦି କାର୍ଯ୍ୟ ଆରମ୍ଭ ହୋଇ ନାହିଁ ବା କୌଣସି ପାହାଚ ନିର୍ମାଣ ହୋଇ ନାହିଁ ହେଲେ ଗୋଟେ ସୂଚନା ଫଳକ ରେ ୧ ମାସ ରୁ ଉର୍ଦ୍ଧ ହେବ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଁକି ଲେଖା ଯାଇଛି?

ଅନ୍ୟ ଏକ ସୂଚନା ଫଳକ ରେ କାର୍ଯ୍ୟର ନାମ ଲେଖା ହୋଇ ଥିବା ବେଳେ ଗୋଟେ କାର୍ଯ୍ୟ ପାଇ ଦୁଇ ଦୁଇ ସୂଚନା ଫଳକ ଲାଗିବାର କଣ ତlପ୍ତର୍ଯ୍ୟ ବୋଲି ଲୋକେ ଦୁର୍ନୀତି ହୋଇ ଥାଇ ପାରେ ବୋଲି ସନ୍ଦେହ ଆଶଙ୍କା କରିଛନ୍ତି lତେବେ ଏଭଳି ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ କ୍ରମ କାହା ଇଙ୍ଗିତ ରେ ହେଉଅଛି ଓ ଏହି ଯୋଜନା କାହା ପାଇଁ ଏଭଳି କାରନାମା ହୋଇ ରହିଛି ତାହା ତଦନ୍ତ ର ବିଷୟ ବୋଲି ସ୍ଥାନୀୟ ଲୋକେ ସାଧାରଣ ରେ ପ୍ରଶ୍ନ କରିଛନ୍ତି l ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଅଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ

Sunil Chandra Nayak

ପରିବେଶ ସୁରକ୍ଷା ଆମ ଦାୟୀତ୍ବ: ଢେଙ୍କାନାଳରେ ୭୪ତମ ବନ ମହୋତ୍ସବରେ ବାର୍ତ୍ତା 

ଆସିକାରେ ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର 

masiha

Leave a Comment

error: Content is protected !!