ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

ଭୋଟର ଦିବସ ରେ ଅଧିକାରୀ ଓ କର୍ମଚାରୀ ଙ୍କୁ ଶପଥ ପାଠ କରାଇଲେ ଉପଜିଲ୍ଲାପାଳ

 ମୟୂରଭଞ୍ଜ -:ତା ୨୫-/୦୧ (ମସିହା ) ଆଜି ବାମନଘାଟୀ ଉପଖଣ୍ଡ ପ୍ରଶାସନ ତରଫରୁ ଚତୁର୍ଦଶ ଜାତୀୟ ମତଦାତା ଦିବସ -୨୦୨୪ ପାଳିତ ହୋଇଯାଇଛି. ଏହି ଅବସରରେ ବାମନଘାଟି ଉପଜିଲ୍ଲପାଳ ଶ୍ରୀ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.।

 ପ୍ରାରମ୍ଭ ରେ ଉପଜିଲ୍ଲାପାଳ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଭୋଟର ଦିବସ ପାଳନ ଉପଲକ୍ଷେ ସ୍ୱାଗତ କରିଥିଲେ।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଦାଶ, ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖ ରେ ଏହି ଦିବସ ପାଳନର ଐତିହାସିକ ପୃଷ୍ଟଭୂମି ଉପରେ ସ୍ମୃତି ଚାରଣ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ.।

ଏହି ଅବସରରେ ଯୁବ ଭୋଟର ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ରେ ସେମାନଙ୍କ ବହୁମୂଲ୍ୟ ମତଦାନ ସପକ୍ଷରେ ଆକୃଷ୍ଟ ହେବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ୍ତ “ଭୋଟ ଦେବା ର ଅନୁଭୂତି ଅଟେ ଅତୁଳନୀୟ,୨୦୨୪ ନିର୍ବାଚନ ରେ ମୁଁ ଭୋଟ ଦେବି ନିଶ୍ଚୟ ” ଉପରେ ଶ୍ରୀ ଦାଶ ଉଲ୍ଲେଖ କରିବା ସହ ଦେଶରେ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଯୁବ ଭୋଟର ମାନଙ୍କ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ. ତେଣୁ ଭୋଟର ତାଲିକା ରେ ନୂତନ ଭାବେସଂଯୁକ୍ତ ହୋଇଥିବା 18 ବର୍ଷୀୟ /ବର୍ଷୀୟା ଯୁବ ଭୋଟର ମାନଙ୍କୁ ଆଗାମୀ ନିର୍ବାଚନ ରେ ନିଶ୍ଚିତ ଭାବେ ସେମାନେ ତାଙ୍କର ମତଦାନ ସାବ୍ୟସ୍ତ କରିବା ପାଇଁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ.।

ଏତଦ ବ୍ୟତୀତ ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିର୍ବାଚନ ରେ ପ୍ରତ୍ୟେକଟି ଭୋଟ ମୂଲ୍ୟବାନ ଯାହାକି ଗଣତନ୍ତ୍ର କୁ ସୃଦୃଢ଼ କରିବା ସହ ଦେଶର ସାମଗ୍ରିକ ବିକାଶ ରେ ସହାୟକ ହୋଇଥାଏ, ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ତାଙ୍କ ମତଦାନ ଅଧିକାର କୁ ସାବ୍ୟସ୍ତ କରିବା ଉଚିତ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ.।

ଏହି ପରିପ୍ରେକ୍ଷୀରେ ଉପଜିଲ୍ଲlପାଳ ଉପଖଣ୍ଡ ର ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ମାନଙ୍କୁ ଚଳିତ ବର୍ଷ ଭୋଟର ଦିବସ ଉପଲକ୍ଷେ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ପ୍ରଦତ୍ତ ସଂକଳ୍ପ କୁ ଶପଥ ପାଠ କରାଇ ଥିଲେ.।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ, ଶ୍ରୀ ରଂଜିତ କୁମାର ମହାନ୍ତ,ଶ୍ରୀ ଚାମ୍ବରୁ ବେସ୍ରା,ଏସ.ଓ., ଶ୍ରୀ ଉମାକାନ୍ତ ପାତ୍ର, ଏସ. ଓ.,ଶ୍ରୀ ପ୍ରାସାଦ ବେହେରା, ଏସଆରଏ,ଶ୍ରୀ କେଶବ ନାଏକ,ଏସଆରଏ, ମିସ ଲକି ପାଣି, ଏସଆରଏ, ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ,ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି,ଗ୍ରନ୍ଥାଗାରିକ ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭୋଟର ଦିବସ ଶପଥ ପାଠ ଉତ୍ସବ ରେ ଅଂଶ ଗ୍ରହଣ କରିଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୃଷି ଯନ୍ତ୍ରପାତି ମେଳା ପାଇଁ ପ୍ରସ୍ତୁତି ବୈଠକ

masiha

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

ଭଙ୍ଗା ଘରେ ମୁଣ୍ତ ଗୁଞ୍ଜୁଛନ୍ତି ଅସହାୟ ଅଜିତଙ୍କ ପରିବାର

Sunil Chandra Nayak

Leave a Comment

error: Content is protected !!