ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନି ସମାରୋହ ଅନୁଷ୍ଠିତ

ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନି ସମାରୋହ ଅନୁଷ୍ଠିତ

କୋକସରା,୨୫/୧ // ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଡିଗ୍ରୀ ମହାବିଦ୍ୟାଳୟ ସ୍ତରରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ସ୍ତରରେ ଲୋକାଭିମୁଖୀ କରିବା ପାଇଁ ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଡିଗ୍ରୀ ମହାବିଦ୍ୟାଳୟ କୋକସରାରେ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ନେଇ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁରୁବାର ଉଦଯାପନି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ମାଣିକେଶ୍ୱରୀ କଲେଜ ଥୁ. ରାମପୁର ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ, ବ୍ୟୋମକେଶ ପଣ୍ଡା ଉପସ୍ଥିତ ରହି ଥିବାବେଳେ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ଐରି ନାସନ ଚିନ୍ଦା ଓ ଅଧ୍ୟାପିକା କନକ ମଞ୍ଜରୀ ବେହେରା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତିର ଅସ୍ମିତା ଉପରେ ବକ୍ତା ମାନେ ମତ ଦେଇଥିଲେ । ଅନୁଷ୍ଠିତ ହୋଇଥିବା ବିଭିନ୍ନ ଭାଷା, ସାହିତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ। ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା ଶୁଭଶ୍ରୀ ସାହୁ ଓ କର୍ମଚାରୀ ପୁଷ୍ପିତା ବିଶି, ସୁନିଲ ପ୍ରଧାନୀ, ତପନ ବିଶି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ

Sunil Chandra Nayak

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

masiha

ଗଛ ମୂଳରୁ ଝରୁଛି ଜଳ 

Sunil Chandra Nayak

Leave a Comment

error: Content is protected !!