ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚ କେଜି ଏଙ୍କେଲ ୱେଟ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନ ର ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ ନିଷ୍ଟାଇକ ଭାଙ୍ଗି ୨୦୪ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ ବୁକ୍ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏହି କୃତିତ୍ବ ପାଇଁ ଜିଲ୍ଲା ତଥା ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା l ମନ୍ତ୍ରୀ ହସ୍ତତନ୍ତ ଓ ବୟନ ଶିଳ୍ପ, ଓଡିଶା, ସରକାର ରୀତା ସାହୁ ଗଣତନ୍ତ୍ର ଦିବସ ଉପଲକ୍ଷେ ସଚିନ ବେହେରାଙ୍କୁ ସମ୍ବଦ୍ଧିତ କରିଛନ୍ତି ।

ମନ୍ତ୍ରୀ ହସ୍ତତନ୍ତ ଓ ବୟନ ଶିଳ୍ପ, ଓଡିଶା, ସରକାର ଶ୍ରୀମତୀ ରୀତା ସାହୁ ଗଣତନ୍ତ୍ର ଦିବସରେ ସଚିନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ସଚିନ ଯେଭଳି ଜିଲ୍ଲା ଓ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି , ଆଜିର ୟୁବ୍ ଖେଳାଳିମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରିପାରିଲେ, ସଚିନଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ l ମନ୍ତ୍ରୀ ଠାରୁ ସମ୍ବଦ୍ଧିତ ହେବାପରେ ସଚିନ ଭବିଷ୍ୟତରେ ଆହୁରି ଅନେକେ ବିଶ୍ୱ ରେକର୍ଡ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମ ପିତା ଲକ୍ଷ୍ମୀ ପ୍ରସାଦ ବେହେରା ଏବଂ ମାତା ଆରତୀ ବେହେରା ଙ୍କ ପୁତ୍ର ସଚିନ ବେହେରା l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପିରବତୀ ମହିଳା କଲେଜରେ ଶିଶୁ ଦିବସ ପାଳିତ

Sunil Chandra Nayak

ଗୋଲାମୁଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଲାମୁଣ୍ଡା ବିଇଓଙ୍କୁ ନବବର୍ଷ ଶୁଭେଚ୍ଛା ଜ୍ଞାପନ

Sunil Chandra Nayak

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!