ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦଳ ଛାଡିଲେ କଂଗ୍ରେସ ନେତା ହରିହର କୁମାର

ଦଳ ଛାଡିଲେ କଂଗ୍ରେସ ନେତା ହରିହର କୁମାର         

ଲାଞ୍ଜିଗଡ, ୨୬/୦୧(ମନିସ)-ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡିରେ ଏକ ବଡ଼ଧରଣର କାର୍ଯ୍ୟକ୍ରମ କରି ନେତା ଓ କର୍ମୀଙ୍କୁ ଏକଜୁଟ୍ କରିବାକୁ ପ୍ରୟାସ ଆରମ୍ଭ କରିଥିଲା କଂଗ୍ରେସ। ଦଳରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଦଳରେ ମିଶିବା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଦଳର ଏକ ଟର୍ନିଂ ପଏଣ୍ଟ କୁହାଯାଉଥିଲା। କିନ୍ତୁ ବଳଭଦ୍ର ଦଳରେ ଯୋଗଦେବାର ଦିନକ ପରେ ଦଳ ଛାଡ଼ିଛନ୍ତି ପୂର୍ବତନ ଲାଞ୍ଜିଗଡ଼ ବ୍ଲକ ସଭାପତି ତଥା ବର୍ତ୍ତମାନ କଂଗ୍ରେସ୍ ଏସସି ସେଲର ଉପସଭାପତି ଥିବା ହରିହର କୁମାର। ବ୍ଲକ ସଭାପତି ଭାବେ ଦାୟିତ୍ବ ଗ୍ରହଣ ପରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ନୂଆ ପୁରୁଣା କର୍ମୀଙ୍କୁ ସଂଗଠିତ କରାଇବାରେ ତାଙ୍କର ଏକ ବୃହତ୍ତ ଅବଦାନ ଥିଲା। ଦୀର୍ଘ ବର୍ଷ ଧରି ସେ କଂଗ୍ରେସ ସଂଗଠନରେ ଜଡ଼ିତ ଥିବାବେଳେ ଦଳର ବ୍ଲକ ସଭାପତି ଭାବେ ସେ ଦଳକୁ ସଂଗଠିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ କିଛି ଦିନ ପୂର୍ବରୁ ଦଳ ତାଙ୍କୁ ବ୍ଲକରୁ ନେଇ ଜିଲ୍ଲା ଏସସି ସେଲରେ ଥଇଥାନ କରିଥିଲା। ତେବେ ଶ୍ରୀ କୁମାର ଆଜି କଂଗ୍ରେସ ଦଳର ପ୍ରାଥମିକତା ପଦବୀରୁ ଇସ୍ତଫା ଦେବା ସହିତ ତାଙ୍କର ଇସ୍ତଫାପତ୍ର ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କୁ ପଠାଇ ଦେଇଛନ୍ତି। ତାଙ୍କ ପଛେ ପଛେ ଆଉ କିଛି କଂଗ୍ରେସ ନେତା ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହା କଂଗ୍ରେସର ତୃଣମୂଳ ସ୍ତରର ସଂଗଠନକୁ ପ୍ରଭାବିତ କରିପାରେ ବୋଲି ଆଲୋଚନା ହେଉଛି।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

Sunil Chandra Nayak

ଦ୍ଵିତୀୟ ଥର ପାଇଁ ସଞ୍ଜୟ ପାତ୍ର ହେଲେ ବି ଜେ ଡି ସଭାପତି,ଲୋକେ ଦେଲେ ସମ୍ବର୍ଦ୍ଧନା

Sunil Chandra Nayak

କାମାକ୍ଷାନଗର ରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!