ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

କୋକସରା,୨୫/୧ // ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ସ୍ତରରେ ଲୋକାଭିମୁଖୀ କରିବା ପାଇଁ ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଭାଷା ମାଧ୍ୟମରେ ଭାବ ଓ ଭକ୍ତିରେ ଶ୍ରୀ ଜଗନ୍ନାଥ ଆଲୋଚନା ଚକ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟର ଉପାସକ କୃପାସିନ୍ଧୁ ପଣ୍ଡା, ଓଡ଼ିଆ କବି ସୁଶାନ୍ତ କୁମାର ଲେଙ୍କା, ବରିଷ୍ଠ ଶିକ୍ଷାବିତ୍ ବନମାଳୀ ମାଝୀ, ପ୍ରଫୁଲ୍ଲ ମାଝୀ, କୋକସରା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଉପସ୍ଥିତ ରହି ଥିବାବେଳେ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ସଞ୍ଜୟ ପୁରୋହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତିର ଅସ୍ମିତା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧି ସନତ ପ୍ରଧାନୀ, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପାଟ୍ଟଯୋଷୀ ଓ କିଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଓଡ଼ିଆ ଶବ୍ଦ କୋଷ , ଜଗନ୍ନାଥ ଫୋଟୋଚିତ୍ର ଦେଇ ପୁରସ୍କୃତ କରିଥିଲେ। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶଙ୍କର ସତନାମୀ, ଭାଗବତ କଟା, ପ୍ରଶାନ୍ତ ଯୋଶୀ, ଅଧ୍ୟାପିକା କଲ୍ୟାଣି ମହାନ୍ତି, ଗୀତାଞ୍ଜଳି ରାଉତ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ବିଭୁ ସାହୁ, ଦିବାକର ଦୁର୍ଗା, ତୁଳସୀ ବାଗ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

ପାରାଦ୍ୱୀପ ସାଇ ଆଣ୍ଡ ରାମ ଜରାଶ୍ରମକୁ ଟେକ୍ନିପ କମ୍ପାନୀର ସହାୟତା

Sunil Chandra Nayak

ଅଜଣା ବ୍ୟକ୍ତିର ଶବ ଉଦ୍ଧାର

Leave a Comment

error: Content is protected !!