ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ରାଉରକେଲାରେ ସଧାରଣ ତନ୍ତ୍ର ଦିବସ ପାଳିତ

ଦକ୍ଷିଣ ରାଉରକେଲାରେ ସଧାରଣ ତନ୍ତ୍ର ଦିବସ ପାଳିତ

ହିନ୍ଦ୍ ମଜଦୂର ସଭା ସହବନ୍ଧିତ ଇଣ୍ଡିଆନ ଡିଟୋନେଟର୍ସ ମଜଦୂର ସଭା ଆନୁକୁଲ୍ୟରେ ବାଲିଯୋଡି ଉନିଅନ କାର୍ଯ୍ୟାଳୟ ପ୍ରାଙ୍ଗଣରେ 75 ତମ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ୟୁନିଅନର ସଭାପତି ତଥା ବିଜେଡି ର ବର୍ଷୀୟାନ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗଠନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଦିଧେଶ୍ୱର ବଳ, ଅନ୍ତର୍ଯ୍ୟାମୀ ବେଉରିଆ, ରବୀନ୍ଦ୍ର ନାଥ ବିଶ୍ୱାଳ, ରାମେଶ୍ବର ନାଗ, ବିଶ୍ଵନାଥ ନାୟକ, ବାସନ୍ତୀ ବାସ୍କେ, ଧାନି ମାଝୀ,ନିରୁ ଜାନି, କରୁଣା ମାଝୀ, ଲକ୍ଷ୍ମୀ ଓରାମ, ଶ୍ୟାମସୁନ୍ଦର ହାଁସଦା, ଲାଖୋ ଏକ୍କା , ଗାନ୍ଦ୍ ଲା ଏକ୍କା, ଲକ୍ଷ୍ମଣ ମହାକୁଡ଼, ଏସ କେ ଆଚାର୍ଯ୍ୟ, ବାସୁଦେବ ଜେନା, ପି କେ ସାମନ୍ତରାୟ, ରଘୁନାଥ ମିଶ୍ର, ସମାରି ଟପ୍ପୋ ଓ ଆଇନଜୀବୀ ସାଧୁ ଚରଣ ମହନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ୟୁନିଅନ୍ ର ସଂପାଦକ ପ୍ରଭାତ ନାୟକ ଧନ୍ୟବାଦ୍ ଦେଇଥିଲେ।

ଉତ୍କଳମଣି ଗୋପବନ୍ଧୁ ୱେଲଫେୟର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମିନତୀ ବିଶ୍ୱାଳ, ଡାକ୍ତର ବିଷ୍ଣୁପ୍ରିୟା ଦେଇ,ଅନ୍ତର୍ଯ୍ୟାମୀ ବେଉରା, ସଚଳା ପଣ୍ଡା, ଶାନ୍ତିଲତା ପରିଡ଼ା, ଓ ଆଦିବାସୀ ନେତା ବୁଦ୍ଧିଆ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। 

ସୋଛାସେବି ଅନୁଷ୍ଠାନ ଅନ୍ଵେଷଣ ପକ୍ଷରୁ ବାଲିଯୋଡି ସ୍ଥିତ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଡାକ୍ତର ଶ୍ରୀମତୀ ବିଷ୍ଣୁପ୍ରିୟା ଦେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅରୁଣ କୁମାର ପରିଡ଼ା, ସଂପାଦକ ଶ୍ରୀମତୀ ସଚଳା ପଣ୍ଡା କମ୍ପ୍ୟୁଟର ସିକ୍ଷା କେନ୍ଦ୍ରର ଅଧ୍ୟକ୍ଷା କୁମାରୀ ଭାରତୀ ବାଷ୍କେ, ପରିଚାଳନା କମିଟିର ସଦସ୍ୟା ଚାନ୍ଦମଣି ମାଝୀ, ଛାତ୍ର ଛାତ୍ରୀ ଓ ଗାଁ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

masiha

Leave a Comment

error: Content is protected !!