ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଦିବସ ପାଳନ କମିଟି ଜୟପାଟଣା ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି।ପ୍ରାତଃ ସମୟରେ ରାମଧୁନ ସହ ପ୍ରଭାତ ଫେରି କରାଯାଇଥିଲା। କମିଟି ସଭାପତି ତଥା ତହସିଲଦାର ଶ୍ରୀ ରଘୁନାଥ ମୁଣ୍ଡାରି ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ବ୍ଳକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ଘୋଷଯାତ୍ରା ପ୍ୟାରେଡ ପ୍ରଦର୍ଶନ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ଫୁଟବଲ ଓ ଭଲିବଲ୍ ମ୍ୟାଚ ଅନୁଷ୍ଠିତ ହୋଇ ବିଭିନ୍ନ କ୍ଷେତ୍ରରେ ବିଜୟ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏ ଉପଲକ୍ଷେ ଆୟୋଜିତ ସଭାରେ ତହସିଲଦାର ଶ୍ରୀ ମୁଣ୍ଡାରି ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ଯ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଶିଳ୍ପପତି ସୁବାସ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟା ମଧୁମିତା ରାଉତ, ଜୟପାଟଣା ସମିତି ସଭ୍ଯା ରଶ୍ମିତା ଦୁରିଆ, ବରିଷ୍ଠ ସାମ୍ବାଦିକ ଶ୍ରୀ ଶେଷଦେବ ବେହେରା,ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ତଥା ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ ପ୍ରମୂଖ ମଞ୍ଚାସୀନ ଥିଲେ। ବରିଷ୍ଠ ସଦସ୍ୟ ପ୍ରତାପ ଦାସ ଅଧିକାରୀ ବିବରଣୀ ପାଠ କରିଥିଲେ। ଶ୍ରୀ ସୁଧାକର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷାବିତ୍ ତଥା ସଦସ୍ୟ ଦିବାକର ପଟ୍ଟନାୟକ, ପ୍ରିୟଦର୍ଶିନୀ ଇନ୍ଦିରା କ୍ଲବ ସଭାପତି ତଥା ସମାଜସେବୀ ପ୍ରକାଶ ଦୁରିଆ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ରାଉତ ଙ୍କ ସମେତ ବିଭିନ୍ନ ସ୍କୁଲ, ସଂଗଠନ, କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ରେ +୩ ନାମଲେଖା ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର ଆରମ୍ଭ 

Sunil Chandra Nayak

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

ଅବସରପ୍ରାପ୍ତ ଆର ଏସ ପି କର୍ମଚାରୀ ସମାଜସେବୀ ମହେନ୍ଦ୍ର ଆର ପାରିରେ

masiha

Leave a Comment

error: Content is protected !!