ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କୁ ଭାବବିହ୍ୱଳ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜିଲ୍ଲାପାଳଙ୍କୁ ଭାବବିହ୍ୱଳ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୭/୦୧: ଆଶଙ୍କା ସହ ଆସିଥିଲି କିନ୍ତୁ ଯାଉଛି ଆଶୀର୍ବାଦ ନେଇ । ଜିଲ୍ଲାପାଳ ଭାବେ ଆସିଥିଲି କିନ୍ତୁ ଯାଉଛି କବିଟିଏର ପରିଚୟ ନେଇ । କେନ୍ଦ୍ରାପଡ଼ାର ସ୍ୱର୍ଣ୍ଣିମ ସ୍ମୃତି ମୋ ପ୍ରଫେସନାଲ୍ କ୍ୟାରିୟର୍‌ରେ ଚିରକାଳ ଝଟକୁଥିବ ବୋଲି ବିଦାୟକାଳୀନ ସ୍ମୃତିସଭାରେ ଯୋଗ ଦେଇ କହିଛନ୍ତି ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ । ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଋତୁରାଜ ୮/୧/୨୦୨୧ରେ କେନ୍ଦ୍ରାପଡ଼ାରେ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର କର୍ମକର୍ତା ମାନେ ଜିଲ୍ଲାପାଳଙ୍କ ସହ କାଟିଥିବା ମଧୁର ସ୍ମୃତିର ଅବତାରଣା କରୁ କରୁ ଭାବବିହ୍ୱଳ ହୋଇ ପଡ଼ିଥିଲେ । କେବଳ ଜଣେ ବିଚକ୍ଷଣ ପ୍ରଶାସକ ନୁହେଁ ବରଂ ଜଣେ ବିବେକୀ, ଦରଦୀ ମଣିଷ ଭାବେ ତାଙ୍କର ସୁନାମ ରହିଛି ବୋଲ ଉପସ୍ଥିତ କର୍ମକର୍ତା ଓ ପ୍ରଶାସନିକ ଅଧିକାରୀମାନେ କହିଥିଲେ । 

        ତାଙ୍କ କାର୍ଯ୍ୟକାଳରେ ଲ୍ୟାଣ୍ଡ୍ ଡିଜିଟାଲାଇଜେସନ୍ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ‘ଭୂମି ସମ୍ମାନ’ରେ ସମ୍ମାନୀତ ହୋଇ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛି । ଭିନ୍ନକ୍ଷମ ସଶକ୍ତିକରଣ ବର୍ଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି କେନ୍ଦ୍ରାପଡ଼ା । ସୁକନ୍ୟା ସମୃଦ୍ଧି ଯୋଜନାରେ ସର୍ବାଧିକ ଝିଅଙ୍କ ନାମରେ ବ୍ୟାଙ୍କ ଖାତା ଖୋଲି ପୁରସ୍କୃତ ହୋଇଛି । ପୁରୁଣା ମେଡିକାଲ୍ ପରିସରରେ ଗଢ଼ିଉଠିଛି “ଭିନ୍ନକ୍ଷମ ଥଇଥାନ କେନ୍ଦ୍ର” ଯାହାକି ଦିବ୍ୟାଙ୍ଗମାନଙ୍କ ଜୀବନରେ ଆଣିପାରିବ ବୈପ୍ଲବିକ ପରିବର୍ତ୍ତନ । ଜିଲ୍ଲାର ମା’ ଭଉଣୀ ମାନଙ୍କୁ ସଶକ୍ତ କରିବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୭୦୦କୋଟିର ବ୍ୟାଙ୍କ ଋଣ ମିଶନ ଶକ୍ତି ଜରିଆରେ ପ୍ରଦାନ କରାଯାଇଛି । ସିକିମ୍ ସତ୍ୱ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସାଜିଛି ପଥ ପ୍ରଦର୍ଶକ । ତାଙ୍କ ଦୂରଦୃଷ୍ଟି ଓ ପ୍ରଶାସନିକ ବିଚକ୍ଷଣତା ଯୋଗୁଁ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ପ୍ରତିଷ୍ଠା ହେବାକୁ ଯାଉଛି ବୃହତ ଇସ୍ପାତ୍ ଶିଳ୍ପ । ବଗପାଟିଆ ଠାରେ ଏକ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି ବିସ୍ଥାପିତ ଜନସାଧାରଣଙ୍କ ପାଇଁ । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଇଛାପୁର ନିକଟରେ ପ୍ରତିଷ୍ଠା ହୋଇଛି ନୂତନ ମେଡିକାଲ କ୍ୟାମ୍ପସ୍ । ତାଙ୍କ ସମୟରେ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟକାରୀ ହୋଇପାରିଛି । 

ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର, ବିଭିନ୍ନ ତହସିଲ୍ ଓ ବ୍ଲକ୍‌ର ତହସିଲଦାର ଓ ବିଡିଓ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀ, କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗ

Sunil Chandra Nayak

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

Leave a Comment

error: Content is protected !!