ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଧନ୍ୟ ରେ ମାନବ ଜାତି

ଧନ୍ୟରେ ମାନବ ଜାତି

 

ଧନ୍ୟରେ ମାନବ ଜାତି

               ଧନ୍ୟ ତୁମ ସ୍ୱାର୍ଥ ନୀତି

ଧନ୍ୟ ଧନ୍ୟ ଅଟ ତୁମେ

                 ଧନ୍ୟ ତୁମ ପ୍ରିୟାପ୍ରୀତି ।

ଜୀବଗଣେ ତୁମେ ଶ୍ରେଷ୍ଠ

               ବୁଦ୍ଧି ଗୁଣରେ ଗରିଷ୍ଠ

ବିଶ୍ୱ ବ୍ରହ୍ମାଣ୍ଡରେ ଆଜି

                ହୁଅ ରେ କିମ୍ପା ନିକୃଷ୍ଠ ।

ଜଗତ କଲ୍ୟାଣ ପାଇଁ

              ଜନ୍ମ ତୁମ ଅଟେ ଭାଇ

ଦୁର୍ଲଭ ଜୀବନ ପାଇ

                ହୁଅ କିମ୍ପା ଧଇଁ ସଇଁ ।

ଜନ୍ମରୁ ମରଣ ଯାଏ

             ସୃଷ୍ଟି ତୁମ ସାଥେ ରହେ

ସୁନ୍ଦର ବିଶ୍ୱକୁ ଦେଖ

              ପ୍ରକୃତି ବି କଥା କହେ ।

ସୂର୍ଯ୍ୟ ଚନ୍ଦ୍ର ତାରାଗଣ

               ନ କରନ୍ତି କେବେ ରଣ

ନିଜ ନିଜ କାର୍ଯ୍ୟ ପାଇଁ

                ଜଗତେ ଉଦାହରଣ ।

ଈଶ୍ୱରଙ୍କ ସୃଷ୍ଟି ଦେଖ

              ପ୍ରକୃତିରୁ କିଛି ଶିଖ

ପରୋପକାରୀ ର ଗୁଣ

              ଜୀବନର ଶ୍ରେଷ୍ଠ ସୁଖ ।

ଲକ୍ଷହୀନ ହୁଅ ନାହିଁ

             ପଥ ଭ୍ରଷ୍ଟ ହେବ ଭାଇ

ଜଗତ ମାୟାର ଘର

             ତା’ପଛରେ ନ ହୁଅ ବାଇ ।

ସତ୍ୟ ଧର୍ମ ନ୍ୟାୟବନ୍ତ

             ନ ହୁଅନ୍ତି ହନ୍ତସନ୍ତ

ସତ୍ୟରେ ଚାଲଇ ଯିଏ

              ଜଗତେ ସେ ବଳବନ୍ତ ।

ନିଃସ୍ୱାର୍ଥ ରୂପକ ଧନ

               ଜୀବନରେ କର ଯତ୍ନ

ପରୋପକାରୀର ଗୁଣ

               ଜୀବନର ଶ୍ରେଷ୍ଟ ରତ୍ନ ।

ଅଭୁଲା ନ ଯାଅ ଭୁଲି

            ଅଟେ ମୋର ନିବେଦନ

ମାୟାର ଜଗତେ ବୁଲି

             ନ ଭୁଲ ଜୀବନ ଧନ ।

ବିଭୁନାମ ତୁଣ୍ଡେ ଗାଇ

           ସତ୍ୟ ପଥେ ଚାଲ ଭାଇ

କଣ୍ଟକ ନ ଥିବ ପଥେ

            ଲୋଭରେ ନ ହେବୁ ବାଇ ।

ଜୟ ଶ୍ରୀଜଗନ୍ନାଥ…….

 

         ରଞ୍ଜନ କୁମାର ପଣ୍ଡା

କୋରାପୁଟ

Related posts

ବିଦ୍ଯାଳୟ ପାଳନ କଲା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ବିଦ୍ବୁତ ସଂପର୍ଶ ରେ ଆସି ଯୁବକ ଗୁରୁତର

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

Leave a Comment

error: Content is protected !!