ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୭/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ଶନିବାର କୋକସରା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱରେ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ଓଡିଶା ବିକାଶର କାହାଣୀ ଲେଖିବ ବୋଳି କହିଥିଲେ। କଟକରୁ ଆସିଥିବା ସିଙ୍ଘମ, ଜଟଣୀରୁ ଆସିଥିବା ନଟରାଜ ଗ୍ରୁପ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ମାଟ୍ରିକ ଟପ୍ପର ଛାତ୍ରୀ ତୁଳସୀ ରାଉତ, ଘୁମୁରା କଳାକାର ସ୍ବର୍ଗତ ନୃପରାଜ ପ୍ରଧାନୀଙ୍କୁ ମରୋଣାତ୍ତର ସମ୍ବର୍ଦ୍ଧିତ ମାନପତ୍ର ତାଙ୍କ ପୁଅ ଅତୁଲ୍ୟ ପ୍ରଧାନୀଙ୍କୁ ଦିଆଯାଇଥିଲା । ବୟୋଜ୍ୟେଷ୍ଠ କଳାକାର କାମଦେବ ଧ. ମାଝୀ, ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଜିତାମିତ୍ର ପ୍ରଧାନୀ ଓ ବରିଷ୍ଠ ସମାଜସେବୀ ପର୍ଶୁରାମ ପ୍ରଧାନୀଙ୍କୁ ପଞ୍ଚାୟତ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ରଞ୍ଜନ ବେହେରା, ପଞ୍ଚାୟତ ପିଇଓ ଭବିଷ୍ୟତ ପଟେଲ ଓ ପଂଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆଳି ଏବଂ ପଟ୍ଟାମୁଣ୍ଡାଇ ଗସ୍ତ, ଓ ବାତ୍ୟା ପ୍ରସ୍ତୁତି ସମୀକ୍ଷା

Sunil Chandra Nayak

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

ନୂତନ ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ଗଠିତ

Leave a Comment

error: Content is protected !!