ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକସଭା 

ବସ୍ତା,28/11 : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଉଁଶକୁଲି ମଣ୍ଡଳ କାର୍ଯ୍ୟାଳୟରେ ରବିବାର ଅପରାହ୍ନ 4ଟା ସମୟରେ ଏକ ଶୋକସଭା ଅନୁଷ୍ଠିତ ହେଇଯାଇଛି |ଏହି ଅବସରରେ ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ରାଜେନ୍ ପରିଡ଼ା,ବରିଷ୍ଠ ସନ୍ତୋଷପୁର ଗ୍ରାମ ପଞ୍ଚାୟତର ବିଜେପି ନେତା ବଂଶୀଧର ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ନାରାୟଣ ଦତ୍ତ ଓ ଜ୍ୟୋତିର୍ମୟ ନନ୍ଦ,କରୁଆ ପଞ୍ଚାୟତ ପ୍ରମୁଖ ଦିଗାମ୍ବର ପ୍ରଧାନ,ଭେଲୋରା ପଞ୍ଚାୟତ ବରିଷ୍ଠ ବିଜେପି ନେତା ଅଜିତ ଦାସ ମହାପାତ୍ର,ପାଉଁଶକୁଲି ପଞ୍ଚାୟତ ପ୍ରମୁଖ ମହେଶ୍ବର ସାହୁ,ଯୁବନେତା ବିବେକାନନ୍ଦ ପରିଡ଼ା,ବିଶ୍ଵଜିତ ଧଳ,ସାର୍ଥକ ଦାସ ଓ ବହୁମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ |ଉକ୍ତ ଶୋକସଭାରେ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ଅମରଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହିତ ସ୍ମୃତିଚାରଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଉପସ୍ଥିତ ଅତିଥିମାନେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସେରେଣ୍ଡା ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ: ବାବା ଜଟେଶ୍ୱର ମନ୍ଦିର ପ୍ରାଗଣରେ ଆୟୋଜିତ ହେଲା ବୈଶିଷ୍ଟ୍ୟପୂର୍ଣ୍ଣ ପରିଚ୍ଛନ୍ନତା କାର୍ଯ୍ୟକ୍ରମ

Sunil Chandra Nayak

ହିନ୍ଦୋଳ ରେଞ୍ଜ ଗୁଡ଼ିଆ ତଇଲା ନିକଟରେ ଗତ କାଲି କୁକୁର ଆକ୍ରମଣରେ ହରିଣ ମୃତ 

Sunil Chandra Nayak

ଭାଷା ଆଇନ ଉଲ୍ଲଂଘନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ପ୍ରତିବାଦ 

Sunil Chandra Nayak

Leave a Comment

error: Content is protected !!