ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ସତ୍ୟ ଓ ଅହିଂସାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁପାଳନ ପାଇଁ ଆହ୍ୱାନ 

ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

ସତ୍ୟ ଓ ଅହିଂସାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁପାଳନ ପାଇଁ ଆହ୍ୱାନ

ରାଇରଙ୍ଗପୁର – , (୦୨/୧୦):     ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ନୀତି-ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ‘ପ୍ରତିଶ୍ରୁତି’ ଅନୁଷ୍ଠାନର ସମ୍ପାଦକ ଡ. ଭାଗବତ ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନର ମୂଳ ଆଧାର ସତ୍ୟ ଓ ଅହିଂସା ଉପରେ ଆଲୋକପାତ କରିଥିଲେ । ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ଜୀବନଦର୍ଶନ ଆଜି ମଧ୍ୟ ସମାଜ ଓ ବ୍ୟକ୍ତିଜୀବନ ପାଇଁ ପ୍ରାସଙ୍ଗିକ ବୋଲି ସେ ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଶ୍ରୀ ସେଠୀ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋଚନା କରିବା ସହ ସତ୍ୟର ପଥ ଅନୁସରଣ ମାଧ୍ୟମରେ ଜୀବନରେ ନୈତିକ ମୂଲ୍ୟବୋଧ ଓ ସଫଳତାର ଭିତ୍ତି ସୁଦୃଢ଼ ହୋଇଥାଏ ବୋଲି କହିଥିଲେ । ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରୁ ପ୍ରେରଣା ନେଇ ଦୈନନ୍ଦିନ ଜୀବନରେ ସତ୍ୟ, ଅହିଂସା ଓ ନୈତିକ ମୂଲ୍ୟବୋଧର ଅନୁପାଳନ ପାଇଁ ସେ ଆହ୍ୱାନ କରିଥିଲେ ଆଲୋଚନା ଚକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନ, ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା ଶୁଣିଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ଚିନ୍ତାଧାରା ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସଚେତନତା ଓ ପ୍ରେରଣା ସୃଷ୍ଟି ହୋଇଥିଲା ।ସଭା ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୁନ୍ଦୁୟା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

    ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ                                            

Related posts

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଆଭାସୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

masiha

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

Leave a Comment

error: Content is protected !!