ବନ୍ଧୁଗାଁ ତା ୨୭/୩/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷା ସଚେତନ ରଥକୁ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି ଙ୍କ ଦ୍ଵାରା ପତକା ଦେଖାଇ ଶୁଭାରମ୍ଭ କରାଯାଇଛି । ଆସ ଆମେ ସ୍କୁଲ ଯିବା ପାଇଁ ସୁନ୍ଦର ସଚେତନତା ବାର୍ତ୍ତା ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ କରୋନା କୁ ଭୟ ନ କରି ମାସ୍କ ପିନ୍ଧି ସ୍କୁଲ ଯିବା । ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ବର୍ତ୍ତି ଅଞ୍ଚଳରେ ଥିବା ବେଳେ ୯୫ ଭାଗ ଆଦିବାସୀ ଲୋକେ ବସବାସ କରନ୍ତି । ଅବିଭାବକ ମାନେ ନିଜ ପୁଅ ଝିଅ ଙ୍କୁ ନିଜ ଗାଁ ସ୍କୁଲ କିମ୍ବା ପୁଅଝିଅଙ୍କ ସେବା ଆଶ୍ରମ ସ୍କୁଲ ଗୁଡିକରେ ପାଠ ପଡ଼ାଇବା ପାଇଁ ସରକାରଙ୍କ ତରଫରୁ ଅନେକ ସୁବିଧା ସୁଯୋଗ ରହି ଅଛି । ପିତାମାତାଙ୍କ ସଚେତନତା ଅଭାବ ଯୋଗୁଁ ଆଜି ମଧ୍ୟ ଅନେକ ଗାଁ ଗୁଡିକରେ ସ୍କୁଲ ରେ ନାମ ପଞ୍ଜିକରଣ କମ ରହିଥିବା ବେଳେ ବହୁ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ ଆଉଟ୍ ବହୁତ ରହିଛି । ଆଜିର ଏହି ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ଆସ ଆମେ ସ୍କୁଲ ଯିବା ଶିକ୍ଷା ସଚେତନ ରଥ ବ୍ଲକ ପାଇଁ ଅଧିକ ଫଳପ୍ରଦ ହେବ । ଏହି ସଚେତନତା ରଥ ୫ ଦିନ ମଧ୍ୟରେ ପ୍ରତି ପଞ୍ଚାୟତ କୁ ଯିବା ସହିତ ସମସ୍ତ କଷ୍ଟର ଗୁଡିକରେ ପହଞ୍ଚିବା ପାଇଁ ସ୍ଥିର କରାଯାଇଛି । ଶିକ୍ଷା ସଚେତନ ରଥ ଶୁଭାରମ୍ଭ ସମୟରେ ସିଆରସିସି ସଞ୍ଜୟ କୁମାର ସିଂ, ଅଜିତ କୁମାର ପରିଡ଼ା, ସଞ୍ଜୀବ ମହାପାତ୍ର, ବରିଷ୍ଟ ଶିକ୍ଷକ ସନ୍ୟାସୀ ଦେବରପଲ୍ଲୀ, ବାସୁଦେବ ଦେବରପଲ୍ଲୀ, ପ୍ରତିଭା ଦାସ ଓ କନିଷ୍ଠ ଶିକ୍ଷକ ହେମ୍ବ୍ରମ ରଣା, ନାରାୟଣ ଡାକୁଆ ପ୍ରଶାନ୍ତ ମହାନ୍ତି ସମେତ ଅନେକ ସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହି ଥିଲେ ।