ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟତ୍ରୀଙ୍କ ବଦଳି ଓ ମଧ୍ୟାନ୍ନ ଭୋଜନରେ ଅନିୟମିତତା ହେଉଥିବା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷୟତ୍ରୀଙ୍କ ବଦଳି ଓ ମଧ୍ୟାନ୍ନ ଭୋଜନରେ ଅନିୟମିତତା ହେଉଥିବା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଡାବୁଗାଁ, ୨୯/୧ (ମ.ନି.ସ.)- ସୋମବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ମାନଙ୍କ ବଦଳି ଏବଂ ମଧ୍ୟାନ୍ନ ଭୋଜନରେ ଅନିୟମିତତା ର ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୭୧ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ନିମନ୍ତେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । କିନ୍ତୁ ଦୁଃଖର ବିଷୟ ଉକ୍ତ ବିଦ୍ୟାଳୟ ଠାରେ ଛାତ୍ରୀ ଛାତ୍ର ମାନଙ୍କ ଭବିଷ୍ୟତ ସହ ଖେଳ ଚାଲିଛି । ଉକ୍ତ ବିଦ୍ୟାଳୟ ରେ ଥିବା ଶିକ୍ଷୟତ୍ରୀ ଶିକ୍ଷକ ଠିକ୍ ସମୟରେ ବିଦ୍ୟାଳୟ ଆସୁ ନାହାନ୍ତି, ଛୁଟି ସମୟ ପୂର୍ବରୁ ବିଦ୍ୟାଳୟ ତାଲା ପକାଇ ଚାଲିଯାଉଛନ୍ତି । ବିଦ୍ୟାଳୟ ରେ ଠିକ୍ ଭାବରେ ଛାତ୍ରୀ ଛାତ୍ର ଙ୍କୁ ପାଠ ପଢ଼ାଉନଥିବା, ବିଦ୍ୟାଳୟ କୁ ଆସୁଥିବା ବହି ଗୁଡ଼ିକୁ ବିକ୍ରି କରୁଥିବା, ଛାତ୍ରୀ ଛାତ୍ର ଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ଖାଇବାକୁ ନଦେବା ଓ ବିଦ୍ୟାଳୟ ମରାମତି ପାଇଁ ଆସୁଥିବା ଅର୍ଥ କାର୍ଯ୍ୟରେ ଲଗାଉନଥିବା, ଗଣତନ୍ତ୍ର ଦିବସ ଦିନ ଛାତ୍ରୀ ଛାତ୍ରଙ୍କୁ ମଧ୍ୟାନ୍ନ ଭୋଜନ ନଦେବା, ଏହାସହ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ମାନଙ୍କୁ ନିଜର ଗ୍ରାମ, ବ୍ଲକ ଜିଲା ର ନାମ ପଚାରିଲେ ମଧ୍ୟ ପିଲାମାନେ କହିପାରୁନାହାଁନ୍ତି ଭଳି ବିଭିନ୍ନ ଅଭିଯୋଗ କରିଛନ୍ତି | ତେଣୁ ବର୍ତ୍ତମାନ ବିଦ୍ୟାଳୟରେ ଥିବା ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ବଦଳି କରି ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି | ଖବରପାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହି ତାଲା ଖୋଲି ନଥିଲେ | ପରେ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ଙ୍କ ଉପରେ କାର୍ଯ୍ୟ|ନୁଷ୍ଠାନ ଓ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟରୁ ତାଲା ଖୋଲାଯିବ ନାହିଁ ବୋଲି ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ | ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଛୁ ଓ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” ୨.୦

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

masiha

ସ୍ନାତକ ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

masiha

Leave a Comment

error: Content is protected !!