ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

ଭୁବନେଶ୍ଵର, 29/1 : ଷ୍ଟେଟ୍‌‍ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ରାଜ୍ୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଇ ସିଧାସଳଖ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ଵାରା କର୍ମ ନିଯୁକ୍ତି ଓ ଦରମା ପ୍ରଦାନ କରାଯାଉ ବୋଲି ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ରାଜ୍ୟସ୍ତରୀୟ ସମାବେଶରେ ଦାବି କରାଯାଇଛି ।

  ରାଜ୍ୟ ସଭାପତି ଗୁନାରୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ଅନୁଷ୍ଠିତ ସମାବେଶରେ ହିନ୍ଦ୍‌‍ ମଜଦୁର ସଭା (ଏଚ୍‌‍ଏମ୍‌‍ଏସ୍‌‍)ର ରାଜ୍ୟ ଉପସଭାପତି ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ଭଳି ଏକ ନିର୍ଭରଯୋଗ୍ୟ ବ୍ୟାଙ୍କରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଠିକା ସଂସ୍ଥା ଦ୍ଵାରା ପରିଚାଳିତ ହୋଇ ସ୍ଵାଧୀନତାର 76 ବର୍ଷ ପରେ ମଧ୍ୟ ସ୍ଵଳ୍ପ ଦରମା ପାଇବା ଘଟଣା ଅତ୍ୟନ୍ତ ଉଦବେଗଜକ ବୋଲି ପ୍ରକାଶ କରିଥିଲେ। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ସିଧାସଳଖ ଦରମା ପ୍ରଦାନ କଲେ କର୍ମଚାରୀମାନେ ଉପକୃତ ହୋଇପାରନ୍ତେ। ରାଜ୍ୟରେ ପ୍ରାୟ ଅଢ଼େଇ ହଜାର କର୍ମଚାରୀ ଏସବିଆଇ ଅଧିନରେ କାର୍ଯ୍ୟରତ ଅଛନ୍ତି।

  ଉଲ୍ଲେଖ କରାଯାଇପାରେ, ବ୍ୟାଙ୍କର ନିୟମିତ କର୍ମଚାରୀମାନେ ଯେତିକି ସମୟ କାର୍ଯ୍ୟ କରୁଛନ୍ତି ତା’ ଠାରୁ ଅଧିକ ସମୟ ଆଉଟସୋର୍ସିଂ କର୍ମଚାରୀମାନେ ସ୍ଵଳ୍ପ ଦରମାରେ ଖଟୁଛନ୍ତି। ତେଣୁ ବ୍ୟାଙ୍କ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସରକାର ଦୃଷ୍ଟି ଦେବାକୁ ସମାବେଶରେ ଦାବି କରାଯାଇଛି ।

  ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ କର୍ମଚାରୀ ସମାବେଶରେ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟଅତିଥି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଥିଲେ ।

ମସିହା ନିୟୂଜ ସର୍ଭିସ୍ 

Related posts

ଆଗଲପୁର ରେ ଥିଲା ଫାଣ୍ଡି ହେଲା ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ପାଣିରେ ବୁଡି ଯୁବକ ମୃତ

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!