ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

ସମାଜ ପାଇଁ ଏକ ଉଦାହରଣ ସାଜିଲେ ଟ୍ରାକ୍ଟର ମାଲିକ ଲକ୍ଷ୍ମଣ ନାଏକ 

ଥୁଆମୂଳ ରାମପୁର:୩୦/୦୧ – (ମନିସ):- ମାନବ ସେବା ହିଁ ମାଧବ ସେବା ଏହାକୁ କିଛି ଲୋକ ହୃଦୟଙ୍ଗମ କରି ସେ କଥାକୁ ପାଳନ କରୁଥିବା ଏକ ସତ୍ଯ ଘଟଣା ଦେଖିବାକୁ ମିଳିଛି। ଯିଏକି ନିସ୍ବାର୍ଥ ଭାବରେ କାମ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ସେ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟ ତହସିଲ ଅଫିସ ପଡ଼ାର ମଞ୍ଜାରି ନାଏକଙ୍କ କନିଷ୍ଠ ପୁତ୍ର ଟ୍ରାକ୍ଟର ମାଲିକ ଲକ୍ଷ୍ମଣ ନାଏକ l ଶ୍ରୀ ନାଏକ ଯେ କୌଣସି ମୁହୂର୍ତ୍ତ ରେ ମଧ୍ୟ ଲୋକଙ୍କ ସେବା ପାଇଁ ଆଗେଇ ଆସନ୍ତି ଓ ତାଙ୍କ ଗାଡ଼ିରେ ଯାହାବି ସାହାଯ୍ୟ ସହଯୋଗ ସମ୍ଭବ ହୋଇପାରିବ ତାହାକୁ ସେ କରିଥାନ୍ତି l ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଥିଲା l ଥୁଆମୂଳ ରାମପୁର କାଳୀ ମନ୍ଦିର ପଡ଼ାର ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ସେ ସାଙ୍ଗେ ସାଙ୍ଗେ ଖବର ପାଇ ଗାଡି ମାଲିକ ତାଙ୍କ ଘରକୁ ଯାଇ ସମ୍ପର୍କିଆଙ୍କ ସହ କଥା ହୋଇ ତାଙ୍କ ଗାଡ଼ି ଯୋଗେ କାଠ ନେଇ ଶ୍ମଶାନରେ ପହଞ୍ଚାଇ ଦେଇଥିଲେ l ଅଞ୍ଚଳର ଏଭଳି ଅନେକ ଲୋକଙ୍କର ଦୁଃଖରେ ସାଥୀ ହୋଇଛନ୍ତି। ଶ୍ରୀ ନାଏକ ଚାହୁଁଛନ୍ତି ଯେ ଥୁଆମୂଳ ରାମପୁର ବ୍ଲକ୍ ର ସମସ୍ତ ଜନସାଧାରଣ ପାଖକୁ ଏହି ବାର୍ତ୍ତା ଯେମିତି ହେଲେ ପହଁଞ୍ଚିବ ଆଗାମୀ ଦିନ ମାନଙ୍କରେ ଶବ ଦାହ କାର୍ଯ୍ଯରେ କାଠ ଦରକାର ପଡିଲେ ଗାଡ଼ି ଆବଶ୍ୟକ ଥିଲେ ମୁଁ ସମ୍ପୂର୍ଣ୍ଣ ମାଗଣାରେ ନିଜ ଗାଡ଼ି ଯୋଗେ କାଠ ଶ୍ମଶାନକୁ ନେବାପାଇଁ ମୁଁ ସାହାଯ୍ୟ କରୁଛି ବୋଲି କହିଛନ୍ତି। ସେ ଅଞ୍ଚଳ ପାଇଁ ଏହି ମୋ- 9078779211କୁ ଯୋଗାଯୋଗ କରିବା ପାଇଁ ବିଶେଷ ଅନୁରୋଧ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମହାନତା ଦେଖାଇଲେ ପୃବର୍ତନ ବ୍ଲକ ଚେୟାରମ୍ୟାନ ତଥା ସ୍ଥାନୀୟ ଯୁବନେତା କାର୍ତିକ ସାହୁ

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

ଟାଟା ପାୱାରର ବିଦ୍ୟୁତ ବିତରଣ ଦାୟିତ୍ୱରେ ଜନ ଅସନ୍ତୋଷ ,ଚକ୍ରବୃଦ୍ଧି ହାରରେ ବିଦ୍ୟୁତ ବିଲ ଆଦାୟ ହେଉଥିବା ଅଭିଯୋଗ 

Leave a Comment

error: Content is protected !!