ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

କଟକ : ଅଗ୍ରଣୀ ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପଞ୍ଚସ୍ତରୀ ତମ ସାଧାରଣତନ୍ତ୍ର ଦିବସ ଦୁଲାରପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅନୁଷ୍ଠାନ ର ଅଧକ୍ଷା ଶ୍ରୀମତୀ କବିତା ପଣ୍ଡା ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତଗାନ କରାଯାଇଥିଲା ଏବଂ ପରେ ନବମ ଏବଂ ଦଶମ ଶ୍ରେଣୀ ରେ ଅଧ୍ୟୟନ ରତ ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ଏକ ସାଧାରଣ ଦକ୍ଷତା ପ୍ରତିଯୋଗୀତା କରାଯାଇଥିଲା, ପ୍ରତିଯୋଗୀତା ରେ କୃତି ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ଏକ ସଭା ର ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ସଂଗଠନ ର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବିକ୍ରମ କେଶରୀ ନାଥ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶିକ୍ଷାକେନ୍ଦ୍ର ର ଅଧକ୍ଷା ଶ୍ରୀମତୀ କବିତା ପାଣି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଉକ୍ତ ସଭାରେ ସମାଜସେବୀ ଶୁଭଶ୍ରୀ ମହାପାତ୍ର, ସରୋଜ କୁମାର ସେଠୀ, ଭିନସେନ, ଦୀପ୍ତିମୟୀ ସାହୁ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ଗଦାଧର ପାଣି ଛାତ୍ର ଛାତ୍ରୀଙ୍କୁ ସୃଜନଶିଳତା ର ବିକାଶ ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ ଏବଂ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ କୋଷାଧ୍ୟକ ତ୍ରିନାଥ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

masiha

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!