ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

ଡାବୁଗାଁ, ୩୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାରେ ଭାଜପା ଯୁବମୋର୍ଚ୍ଚା ତରଫରୁ ୬ ଦଫା ଦାବୀ ନେଇ ୧୨ ଘଣ୍ଟିଆ ଜିଲା ବନ୍ଦ ଡକରାରେ ଡାବୁଗାଁ ବ୍ଲକ ରେ ମଧ୍ୟ ମଙ୍ଗଳବାର ବନ୍ଦ ପାଳିତ ହୋଇଯାଇଛି | ଉକ୍ତ ୬ ଦଫା ଦାବୀ ଗୁଡିକ ହେଲା:- ଜୟପୁର ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଗୁଡିକ ଜିଲା ଭିତ୍ତିକ ନିଯୁକ୍ତି ପ୍ରଦାନ, ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, ଜିଲାର ସମସ୍ତ ଚିକିତ୍ସାଳୟ ଓ ମୁଖ୍ୟ ଚିକିତ୍ସାଳୟକୁ ସାରକର ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଯୋଗାଇବା, ଉମରକୋଟ ରେ ନିର୍ମିତ ହେବାକୁ ଥିବା ୫ ସହ କୋଟି ଟଙ୍କାର ଇଥାନଲ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବା , ଉମରକୋଟକୁ ସବଡିଭିଜନ ମାନ୍ୟତା ଏବଂ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା ପ୍ରମୁଖ ଦାବୀ ନେଇ ବନ୍ଦ ପାଳନ କରାଯାଇଥିଲା | ଏଥିରେ ଡାବୁଗାଁରେ ବନ୍ଦର ପ୍ରଭାବ ରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଥିଲା | ଏଥିରେ ଦିବାନ ସିଂ, ଦିବ୍ୟରଞ୍ଜନ ପାତ୍ର, ନରୁ ସିଂ, ପ୍ରବୀଣ ଅଗ୍ରୱାଲ, ପିଣ୍ଟୁ ଅଗ୍ରୱାଲ, ନରେଶ ସିଂ ଓ ଅନ୍ୟ ଭାଜପା କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

masiha

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

Sunil Chandra Nayak

Leave a Comment

error: Content is protected !!