ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

କୋକସରା,୨୯/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଫୁପଗାଁ ଠାରେ ପାହାଡେଶ୍ୱର ମହାଦେବ ମନ୍ଦିରରେ ରତ୍ନମୁଦ ଉତ୍ସଵ ରବିବାର ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ମନ୍ଦିର ରତ୍ନମୁଦ ଉତ୍ସବରେ ସାମିଲ ହୋଇଥିଲେ। ପୂଜାକର୍ତ୍ତା ଭାବେ ଫୁପଗାଁ ସମିତି ସଭ୍ୟ ଶ୍ରୀ ରାଜୀବ ଅଗ୍ରୱାଲ ପତ୍ନୀ ରିତା ଅଗ୍ରୱାଲ ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ଅବସରରେ ନାମ ସଂକୀର୍ତ୍ତନ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ ମାନେ ରତ୍ନମୁଦ ପାଇଁ ବିଭିନ୍ନ ପ୍ରକାର ଶଷ୍ୟ, ସୁନା, ରୁପା, ଧାତୁ, ମୁଦ୍ରା ଅର୍ପଣ କରିଥିଲେ। ଅତିଥି ଭାବେ ସଞ୍ଜୟ ସିଙ୍ଘଲ, ଅରୁଣ ଅଗ୍ରୱାଲ, ସନ୍ତୋଷ ଦାସ, ରବି ନାରାୟଣ ଦାସ ଉପସ୍ଥିତ ଥିଲେ। ରତ୍ନମୁଦ ଉତ୍ସଵ କମିଟି ପକ୍ଷରୁ ଲକ୍ଷ୍ମଣ ପଟେଲ, ଜୟରାମ ପୁଝାରି, କାଶୀନାଥ ପୁଝାରି, ଭୁବନେଶ୍ୱର ପଟେଲ, ନିଳାମ୍ବର ବାରିକ, ପ୍ରଦୀପ ପଟେଲ, ପ୍ରଭୁଲାଲ ପଟେଲ ଓ ଖଗେଶ୍ବର ପୁଝାରୀ, ଶରତ ପୁଝାରୀ, ବିଷ୍ଣୁ ନାଏକ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ : ଜିଲ୍ଲାପାଳ

Sunil Chandra Nayak

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

Leave a Comment

error: Content is protected !!