ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ

ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ

ଢେଙ୍କାନାଳ ୩୦/୦୧/୨୦୨୪ ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ରେ +୨ କଳା,ବିଜ୍ଞାନ,ବାଣିଜ୍ୟ ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ! ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମଲ୍ଲ ଅଧ୍ୟକ୍ଷତା କରି ସମାଜରେ ନାରୀମାନଙ୍କ ଜୀବନରେ ଆତ୍ମରକ୍ଷା ବିଶେଶ୍ୱତ ଏବଂ ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ପ୍ରଶିକ୍ଷଣ ଶିବିର ର ସଂଯୋଜିକା ଅଧ୍ୟାପିକା ପ୍ରଜ୍ଞା ପାରମିତା ମାଝୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଷ୍ଠାର ସହ ଏହି ପ୍ରଶିକ୍ଷଣ କାର୍ଯ୍ୟ କ୍ରମ କୁ ପୁରା କରିବାକୁ ପରାମର୍ଶ ଦେଇଥିଲେ। ମାଷ୍ଟର ଟ୍ରେନର ଭାବେ ସତରୁପା ଦେହୁରୀ , ଜ୍ୟୋତିର୍ମୟୀ ମହାପାତ୍ର , କଳ୍ପନା ସାହୁ, ରୁନୁବାଳା ବାରିକ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳି ତାଲିମ ଦେଇଛନ୍ତି ।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷୟତ୍ରୀ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଅବହେଳାରୁ ଦଶମ ଶ୍ରେଣୀର ଛାତ୍ର ନିଲାବାଡି ଦେଖିବାକୁ ଆସି ବାଇକ୍ ଦୁର୍ଘଟଣାରେ ଗୁରୁତର ଚିକିତ୍ସା ପାଇଁ ବିଶାଖାପାଟଣା କେଜିହେଚ ମେଡିକାଲରେ ଭର୍ତ୍ତି, ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ

Sunil Chandra Nayak

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ ,  କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ

Sunil Chandra Nayak

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

Leave a Comment

error: Content is protected !!