ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

 ମୟୂରଭଞ୍ଜ-୩୦/୦୧ ( ମସିହା) ରାଜ୍ଯରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା, ଶତକଡା୧୦ ଭାଗ କଟନୀ ଛଟନୀ ,ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଅର୍ଥାଭାବରେ ଷଢୁଥିବା ଓଡ଼ିଆ ଚାଷୀ ପୁଅର ଅଣ୍ଟା ଭାଙ୍ଗି ଯାଉଛି ।ଚାଷୀ ସ୍ବାର୍ଥ ନେଇ ଓଡ଼ିଶା ବିଜେପି କୃଷକ ମୋର୍ଚ୍ଚା ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାମନଘାଟୀ ବିଜେପିର କୃଷକ ମୋର୍ଚ୍ଚା ସଭାପତି ପାରୁ ହେମ୍ବ୍ରମ ଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମୁଖ୍ୟ ଦାବି ଧାନ କିଣାରେ କଟନୀ ଛଟନୀ ବନ୍ଦ ହେଉ,ଧାନ ବସ୍ତା, ସୁତୁଲି ,ଲୋଡିଂ ଏବଂ ଅନଲୋଡିଂଟଙ୍କା କଟା ନ ଯାଉ, ଚାଷୀଙ୍କ ବିଶ୍ରାମ ଗୃହ ନିର୍ମାଣ,ମଣ୍ଡିର ଭିତ୍ତିଭୂମି ନିର୍ମାଣ କରାଯାଉ । ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ଯା ସମାଧାନ କରାଯାଉ ।ଧାନ କିଣାରେ ଦୁର୍ନୀତି ନେଇ ସିବିଆଇ ତଦନ୍ତ କରାଯାଉ ।ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ପ୍ରତିବାଦ ସଭାରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ସାହୁ, ପଶ୍ଚିମ ମୟୂରଭଞ୍ଜ ବିଜେପି କୃଷକ ମୋର୍ଚ୍ଚା ସଭାପତି ମଦନ ମୋହନ ମହାନ୍ତ,କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଧର ସାହୁ,ଆଡଭୋକେଟ ବରୁଣ ଦେ,ସଞ୍ଜୟ ନାୟକ,ମିଥିଲା ଟୁଡୁ ଙ୍କ ସମେତ ବହୁ ନେତୃବୃନ୍ଦ,ଚାଷୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

masiha

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

masiha

Leave a Comment

error: Content is protected !!