ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

 ମୟୂରଭଞ୍ଜ-୩୦/୦୧ ( ମସିହା) ରାଜ୍ଯରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା, ଶତକଡା୧୦ ଭାଗ କଟନୀ ଛଟନୀ ,ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଅର୍ଥାଭାବରେ ଷଢୁଥିବା ଓଡ଼ିଆ ଚାଷୀ ପୁଅର ଅଣ୍ଟା ଭାଙ୍ଗି ଯାଉଛି ।ଚାଷୀ ସ୍ବାର୍ଥ ନେଇ ଓଡ଼ିଶା ବିଜେପି କୃଷକ ମୋର୍ଚ୍ଚା ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାମନଘାଟୀ ବିଜେପିର କୃଷକ ମୋର୍ଚ୍ଚା ସଭାପତି ପାରୁ ହେମ୍ବ୍ରମ ଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ମୁଖ୍ୟ ଦାବି ଧାନ କିଣାରେ କଟନୀ ଛଟନୀ ବନ୍ଦ ହେଉ,ଧାନ ବସ୍ତା, ସୁତୁଲି ,ଲୋଡିଂ ଏବଂ ଅନଲୋଡିଂଟଙ୍କା କଟା ନ ଯାଉ, ଚାଷୀଙ୍କ ବିଶ୍ରାମ ଗୃହ ନିର୍ମାଣ,ମଣ୍ଡିର ଭିତ୍ତିଭୂମି ନିର୍ମାଣ କରାଯାଉ । ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ଯା ସମାଧାନ କରାଯାଉ ।ଧାନ କିଣାରେ ଦୁର୍ନୀତି ନେଇ ସିବିଆଇ ତଦନ୍ତ କରାଯାଉ ।ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ପ୍ରତିବାଦ ସଭାରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ସାହୁ, ପଶ୍ଚିମ ମୟୂରଭଞ୍ଜ ବିଜେପି କୃଷକ ମୋର୍ଚ୍ଚା ସଭାପତି ମଦନ ମୋହନ ମହାନ୍ତ,କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଧର ସାହୁ,ଆଡଭୋକେଟ ବରୁଣ ଦେ,ସଞ୍ଜୟ ନାୟକ,ମିଥିଲା ଟୁଡୁ ଙ୍କ ସମେତ ବହୁ ନେତୃବୃନ୍ଦ,ଚାଷୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ସିଭିଲ ଟାଉନସିପ୍ ମଣ୍ଡଳରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!