ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର, ତା୩୦,୦୧…. ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏହି ସିନେମା ଦେଖିବେ ବୋଲି କଥା ଦେଇଛନ୍ତି । ଏଥି ପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ଅଜି ରାଜ୍ୟପାଳ ଭବନରେ ମହାମହିମ ରାଜ୍ୟପାଳଙ୍କୁ ଭେଟିଥିଲେ ଓ ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ଚଳଚ୍ଚିତ୍ରର ଟ୍ରେଲର ଦେଖି ମହାମହିମ ରାଜ୍ୟପାଳ ଖୁବ୍ ପ୍ରଶଂସା କରିଛନ୍ତି ଓ ଚଳଚ୍ଚିତ୍ର ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରୁ ମହାମହିମ ରାଜ୍ୟପାଳଙ୍କର ଓଡ଼ିଶା, ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା ଓ ସିନେମା ପ୍ରତି ଥିବା ଅଗାଧ ଭଲପାଇବା ପ୍ରତୀତ ହୁଏ । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ।

ଶାନ୍ତି ଆପାର୍ଟମେଣ୍ଟ ଏକ ଭିନ୍ନ ଧରଣର ସିନେମା। ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ। ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ। ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା। ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ବୟମ ପାଢ଼ୀ ।

‘ଶାନ୍ତି ଆପାର୍ଟମେଣ୍ଟ’ ର ବିଭିନ୍ନ ଭୂମିକାରେ ଅଛନ୍ତି ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । ଫିଲ୍ମଟି ଫେବୃଆରୀ ୨ରେ ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ସୂଚନା ରହିଛି।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ‘ସାଧନା’ ମଞ୍ଚସ୍ଥ 

masiha

ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ

Sunil Chandra Nayak

Leave a Comment

error: Content is protected !!