ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

ରାୟଗଡା / ଟିକିରି : ନିଜର କାରଖାନା ପରିସର ଏବଂ ତାହାର ଚତୁର୍ପାର୍ଶ୍ଵରେ ସବୁଜ ବଳୟ ଏବଂ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଉଜ୍ଜ୍ବଳ ଉତ୍କଳ (ଲେଡିଜ୍ କ୍ଲବ) ଏବଂ ଉତ୍କଳ ଆଲୁମିନାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିତ ଭାବରେ ଚଳିତ ବର୍ଷ ଜାନୁଆରୀ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଷାପଡା ଷ୍ଟାଡିୟମ୍‌ରେ ତୃତୀୟ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ଏହି ପ୍ରଦର୍ଶନୀକୁ ସମ୍ମାନନୀୟ ମୁଖ୍ୟ ଅତିଥ୍‌ ଶ୍ରୀ ଚରଣ ସିଂହ ମୀନା, ଆଇପିଏସ୍, ଡିଆଇଜି ପୋଲିସ, ଦକ୍ଷିଣ ପୂର୍ବ ରିଜନ୍, କୋରାପୁଟ ଏବଂ ତାଙ୍କ ସହିତ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ଵଳ ଉତ୍କଳ ଲେଡିଜ୍ କ୍ଲବ, ଶ୍ରୀ ବିଜୟ କୁମୁରା ୟୁନିଟ ଏଚଆର ହ୍, ଶ୍ରୀ ବିଜୟ ଚୌହାନ, ହେଡ୍ ମାଇନ୍ସ, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସ୍‌ଆର ଏବଂ ସିଆର, ଉତ୍କଳ ଆଲୁମିନା ପ୍ରମୁଖ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଆୟୋଜିତ ମନମୁଗ୍ଧକର ପୁଷ୍ପ ପ୍ରଦର୍ଶନୀରେ ୨୨ ପ୍ରକାର ଋତୁକାଳୀନ ଉଦ୍ଭିଦ, ୧୫ ପ୍ରକାର ଇନ୍‌ଡୋର ଉଦ୍ଭିଦ, ୧୫ ପ୍ରକାର ପାମ୍ ଟ୍ରି, ୧୦ ପ୍ରକାର ରସାଳ ଉଦ୍ଭିଦ, ୨୦ ପ୍ରକାର ବୋନ୍‌ସାଇ ଉଦ୍ଭିଦ ଏବଂ ୧୦ ପ୍ରକାରର କାକ୍‌ଟସ ସାମିଲ ଥିଲା।

ଏହି ଦିବସୀୟ ପ୍ରଦର୍ଶନ ପ୍ରଦର୍ଶନୀରେ ଏକ ସଂଗୀତ ପ୍ରଦର୍ଶନ ମଧ୍ୟ ସାମିଲ ହୋଇଥିଲା ଯେଉଁଥିରେ ସଂଗୀତ ଏବଂ ପ୍ରକୃତିର ସମନ୍ବୟ ଦର୍ଶକମାନଙ୍କ ପାଇଁ ଏକ ଶିହରଣ ସୃଷ୍ଟିକାରୀ ଏବଂ ଅନ୍ତର୍ନିବେଶୀ ଅନୁଭୂତି ଆଣି ଦେଇଥୁଲା। ଅଧୂକ ସବୁଜ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସମ୍ପର୍କରେ ଆ ଲୋକପାତ କରି ଶ୍ରୀ ମଜହର ବେଗ୍ କହିଥିଲେ, “ ଏହି ପୁଷ୍ପ ପ୍ରଦର୍ଶନୀ ପରିବେଶ ଉପ‌ଯୋଗୀ ସଚେତନ ର୍ଯ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା, ପ୍ରକୃତି ସହିତ ନିବିଡ ଭାବରେ ଯୋଡିହେବାକୁ ପ୍ରେରିତ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେ ସେମାନଙ୍କ ନିଜ ନିଜ ବାସଗୃହ ଏବଂ ସମୁଦାୟରେ ପରିବେଶର ସୁରକ୍ଷାକାରୀ ଭାବରେ ଆଗେଇ ଆସିବା ଦିଗରେ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖୁଛି।”

ରାୟଗଡା ରୁ ଗୋରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!