ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

ବାଲେଶ୍ଵର,୩୧/୦୧/୨୪- ଶିକ୍ଷାର ଶେଷ ନାହିଁ ଯେତେ ଶିଖିଲେ ବି ଆହୁରି ଅଧିକ କିଛି ଶିଖିବାର ଆଗ୍ରହ ବଢିଥାଏ । ନିଜେ ଶିଖିବା ଓ ଅନ୍ୟକୁ କିଛି ଶିଖାଇବା ହେଉଛି ” ମୋ ଅନୁଷ୍ଠାନ ” ର ଲକ୍ଷ୍ୟ । ଏଥିପାଇଁ ପ୍ରତ୍ୟେକ ରବିବାର ଗଦ୍ଯ ପଦ୍ଯକୁ ନେଇ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ହୋଇଥାଏ । ବିଭିନ୍ନ ପ୍ରତିଯୋଗୀ ମାନେ ଏଥିରେ ଅଂଶ ଗ୍ରହଣ କରି ନିଜର କଳା ନୈପୁଣ୍ଯତାକୁ ପ୍ରତିପାଦିତ କରିଥାନ୍ତି । ଏଥିପାଇଁ ଯେଉଁମାନେ ପ୍ରସଙ୍ଗ ଓ ଶୀର୍ଷକ ନିର୍ଦ୍ଧାରଣ କରିଥାନ୍ତି ଓ ସମୀକ୍ଷା କରିଥାନ୍ତି ସେମାନେ ବି ଜଣେ ଜଣେ ମହାନ ସାରସ୍ୱତ ପ୍ରତିଭାଧାରୀ ଅଟନ୍ତି । ସମୀକ୍ଷାରେ ପାତରଅନ୍ତର ନଥାଏ । ସମସ୍ତଙ୍କ ସୃଷ୍ଟିକୁ ସମ୍ମାନ ଦିଆଯାଇଥାଏ । ଯେହେତୁ ସମସ୍ତେ ଜଣେ ଜଣେ ସାରସ୍ୱତ ସାଧକସାଧିକା ତେଣୁ ସାହିତ୍ୟକୁ ଛାଡି ବଞ୍ଚିବା ଅସମ୍ଭବ । ସୂଚନାଟିଏ ପାଇଲେ ଆପଣା ଛାଏଁ ଲେଖି ଚାଲିଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୨୮/୦୧/୨୪ ରିଖରେ ” ମୋ ମନ ଖାଲି ତୋରି ପାଇଁ ” ଶୀର୍ଷକକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ (୧) ମିନତୀ ପ୍ରଧାନ, ବାରିପଦା, ମୟୂରଭଞ୍ଜ (୨) ମନୋରମା ମହାନ୍ତି, ପାରାଦୀପ, ଜଗତସିଂହପୁର (୩) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୪) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୫) ନର୍ମଦା ନାୟକ, ରାଉରକେଲା, ସୁନ୍ଦରଗଡ (୬) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଭୁବନପୁର, ଖୋର୍ଦ୍ଧା (୭) ରଶ୍ମିରେଖା ସାହୁ, ଭୁବନେଶ୍ୱର (୮) ଡକ୍ଟର ଚପଳା ପଣ୍ଡା, ଖୋର୍ଦ୍ଧା (୯) କବିତା ସାହୁ, ଜୟପୁର, କୋରାପୁଟ (୧୦) ସମାପ୍ତି ବେହେରା, ଭାଲିଆଡିହା, ମୟୂରଭଞ୍ଜ (୧୧) ଦିଲ୍ଲୀପ୍ କୁମାର ନାୟକ, କେନ୍ଦ୍ରାପଡା (୧୨) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୩) ଚୌଧୁରୀ ଶାଶ୍ବତ ମହାପାତ୍ର, ବିଷ୍ଣୁପୁର, ଭଦ୍ରକ (୧୪) ପ୍ରିୟଦର୍ଶିନୀ ମିଶ୍ର, ମଣ୍ଡଳ, ବଲାଙ୍ଗୀର (୧୫) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗନା (୧୬) ଜୟନ୍ତୀ ଓଝା, ପାଟପୁର, ଧର୍ମଶାଳା, ଯାଜପୁର (୧୭) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର (୧୮) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୧୯) ସୁଜାତା ଦାସ, ବାଲେଶ୍ଵର (୨୦) ସରୋଜିନୀ ପାଣିଗ୍ରାହୀ, କଲ୍ଯାଣୀ ଶାସନ, ବାଘୁଆ, ଡୁଙ୍ଗୁରା, ଖଇରା, ବାଲେଶ୍ଵର (୨୧) ଦ୍ରୌପଦୀ ମହାପାତ୍ର, ତିଖିରୀ, କେନ୍ଦ୍ରାପଡା (୨୨) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୨୩) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା ପ୍ରମୁଖ ବିଭିନ୍ନ ସ୍ଥାନରୁ କବିକବୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସୁଦକ୍ଷ ସାହିତ୍ୟିକ ତଥା ଅନୁଷ୍ଠାନର ସଭାପତି ଡଃ ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥିଲେ । ତାଙ୍କ ସମୀକ୍ଷାରୁ ଦ୍ରୌପଦୀ ମହାପାତ୍ର ପ୍ରଥମ ସ୍ଥାନ, ତାନଶ୍ରୀ ପାଣିଗ୍ରାହୀ ଦ୍ବିତୀୟ ସ୍ଥାନ ଓ ଅରୁଣ କୁମାର ମହାପାତ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଆଗକୁ ନିଜର ଲେଖା ଜାରି ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

masiha

Pious lady Pramalata Behura passed away. 

masiha

ଗୁଳୁଦିଆରେ ସଵର୍ଣ୍ଣଙ୍କ ଦ୍ବାରା ଅସଵର୍ଣ୍ଣଙ୍କୁ ମନ୍ଦିର ପ୍ରଵେଶ ମନା, ଲୋହିଆ ସଭାପତି ପ୍ରମିଳାଙ୍କ ନିନ୍ଦା

masiha

Leave a Comment

error: Content is protected !!