ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସମାବେଶ 

ଚାରବାହାଲ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସମାବେଶ 

ଜୁନାଗଡ଼ ୧/୨(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ପଞ୍ଚାୟତ ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଆମ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ସତ୍ୟଭାମା ପଣ୍ଡା ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ। ରିନା ବାଗ ,ସମାଜସେବୀ ରାମ ନାରାୟଣ ପଣ୍ଡା ,ଗୌଡ଼ଛେଣ୍ଡିଆ ସରପଞ୍ଚ ଶିବ ହାତୀ,ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,କମ୍ପୁଟର ପ୍ରୋଗ୍ରାମର ଜୟନ୍ତ ଯୋଶୀ , ସହକାରୀ ଯନ୍ତ୍ରୀ ଶ୍ରୀ ମୁର୍ମୁ ,ପିଇଓ ବିନୋଦ ବିହାରୀ ସାହୁ ପ୍ରମୁଖ ଯୋଗ ଦାନ କରି ସଚେତନତା ସମାବେଶରେ ଉଦବୋଧନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଯାହାକି ଲୋକଙ୍କୁ ବେଶ ଆନନ୍ଦ ମିଳିଥିଲା ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ଷ୍ଟଲ ଲାଗିଥିଲା ।କର୍ମଚାରୀ ମାନେ ଲୋକଙ୍କୁ ବିଭିନ୍ନ ବିଷୟରେ ବୁଝାଉଥିଲେ ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗ।ରଙ୍ଗ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହା ସଂଧ୍ୟା ପ୍ରଯ୍ୟନ୍ତ ଚାଲୁ ରହି ଥିଲା । ପରେ ବିଭିନ୍ନ ବର୍ଗରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ,ସମାଜସେବୀ ,କୃଷକ ,କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିରେ ପଞ୍ଚାୟତ ୱାର୍ଡ ସଭ୍ୟ ,ସଭ୍ୟ। ,ଜି ଆର ଏ ସ ,ଯୋଗାଣ ସହାୟକ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଜଗଦୀଶ ସାହୁ ,ଧନ୍ୟବାଦ ଅର୍ପଣ କରିଥିଲେ ପିଇଓ ବିନୋଦ ବିହାରୀ ସାହୁ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଐତିହାସିକ ପୋଡାଗଡ଼ ର ରୂପ ବଦଳିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

masiha

ମୟୂରଭଞ୍ଜ ଜିଲ୍ଲାର ଦକ୍ଷ କର୍ତ୍ତବ୍ୟନିଷ୍ଠ କନେଷ୍ଟବଳ ଭକ୍ତବତ୍ସଳ ବେହେରା ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ 

masiha

Leave a Comment

error: Content is protected !!