ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଙ୍ଗୀୟ ଦମ୍ପତ୍ତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ 

ବଙ୍ଗୀୟ ଦମ୍ପତ୍ତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ 

ରାୟଗଡ଼ : ୦୧/୦୨/୨୦୨୪ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆଜି ଗୋଟିଏ କନ୍ୟା ସନ୍ତାନକୁ ବଙ୍ଗୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷଙ୍କ ନିକଟରେ ଆବେଦନ କରିଥିବା ବଙ୍ଗୀୟ ଦମ୍ପତ୍ତିଙ୍କ ଆଶା ପୂରଣ ହୋଇଛି । ବର୍ଷର ଅପେକ୍ଷା ପରେ ଗତ ୪ ମାସ ଧରି ସରକାରଙ୍କ ଏସ ଏ ଏ (ଆଇ ଡ଼ି ଏସ) ରାୟଗଡା ଦ୍ଵାରା ଲାଳନ ପାଳନ ହେଉଥିବା ଶିଶୁକନ୍ୟାକୁ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏହି ବଙ୍ଗୀୟ ଦମ୍ପତ୍ତି । ପଶ୍ଚିମ ବଙ୍ଗରେ କାର୍ଯ୍ୟରତ ରେଳ ବିଭାଗରେ ଜଣେ କର୍ମଚାରୀ, ତାଙ୍କ ପତ୍ନୀ, ବାପା ଓ ଶାଶୁଙ୍କ ସହିତ ଉପସ୍ଥିତ ରହି ଏହି କନ୍ୟା ସନ୍ତାନକୁ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରି ବେଶ ଆତ୍ମହରା ହୋଇ ପଡିଛନ୍ତି । DCPU, CWC ଏବଂ SAA କର୍ତ୍ତୁପକ୍ଷଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଶ୍ରୀ ମହାଜନ ଉକ୍ତ ଶିଶୁ କନ୍ୟାଙ୍କୁ ହସ୍ତାନ୍ତର କରିଥିଲେ । ପ୍ରକାଶ ଥାଉକି ଗତ ବର୍ଷ ୨୭/୦୯/୨୦୨୩ ରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଏହି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ଶିଶୁ ମଙ୍ଗଳ କମିଟି ଏହି ଶିଶୁର ଯଦି କିଏ ଆଇନଗତ ଅଭିଭାବକ ଅଛନ୍ତି ସେମାନେ ଆସି ଉକ୍ତ ଶିଶୁକୁ ନେବା ନିମନ୍ତେ ବିଭିନ୍ନ ପ୍ରକ୍ରିୟାରେ ସର୍ବସାଧାରଣ ସ୍ତରରେ ବିଜ୍ଞାପନ ପ୍ରକାଶ କରିଥିଲେ କିନ୍ତୁ ଧାର୍ଯ୍ୟ ଅବଧି ମଧ୍ୟରେ କୌଣସି ଆଇନଗତ ଅଭିଭାବକ ନ ଆସିବାରୁ ଉକ୍ତ ଶିଶୁକୁ ଆଇନଗତ ପୋଷ୍ୟ ଯୋଗ୍ୟ ସନ୍ତାନ ଭାବେ ଆଇନତଃ ଦାୟମୁକ୍ତ ଘୋଷଣା କରାଯାଇଥିଲା। 

ଏହି ଶିଶୁଟି ଆଇନଗତ ଭାବେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ବଙ୍ଗୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରଯାଇଥିଲା ଶିଶୁଟିକୁ ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକାଙ୍କ ସମେତ ଶିଶୁ ମଙ୍ଗଳ କମିଟିର ଅନ୍ୟ ସଦସ୍ୟ ସଦସ୍ୟାମାନେ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ଦାଶ, ଆଇନ ସହାୟତା ଅଧିକାରୀ ନିରାକାର ପାଢୀଙ୍କ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମ୍ପାଦକ ଦେବେନ୍ଦ୍ର କୁମାର ବେହେରା, ଆଇଡିଏସ ସ୍ଵେଚ୍ଛାସେବୀ ସଂସ୍ଥାର କର୍ମକର୍ତା, ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!