ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ବନ୍ଧୁଗାଁ ତା ୧/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଲଡ଼ା ପଞ୍ଚାୟତ ବିକ୍ରମପୁର ଗ୍ରାମର ଦୁଇ ଜଣ ବ୍ୟକ୍ତି ଲକ୍ଷ୍ମୀପୁର ମେଡ଼ିକାଲ ଯାଇ ବାଇକରେ ଫେରୁଥିବା ବେଳେ ମୁଲାମାଡା ଗାଁ ପହଞ୍ଚିବା ଆଗରୁ ପ୍ରାୟ ୧ କି :ମି ଦୂରରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସ୍ଥଳରେ ହିଁ ମୁରଲୀ ପୁଆଲା (ପୁ) ୩୦ ବର୍ଷ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସମ୍ବୁରୁ ପୁଆଲା (ପୁ) ୨୫ ବର୍ଷ ଥିବା ଜାଣିବାକୁ ମିଳିଛି। ଘଟଣା ଘଟିବାର ଅଳ୍ପ ସମୟ ଭିତରେ ସ୍ଥାନୀୟ ପୋଲିସ ଥାନାର ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପହଞ୍ଚି ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇ ଡ଼ାକ୍ତରଙ୍କ ଦ୍ୱାରା ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁଯାଇ ସମ୍ବୂରୁ ପୁଆଲାଙ୍କ ୨ ବର୍ଷର ଝିଅ ଅସୁସ୍ଥ ଥିବା ଯୋଗୁଁ ଝିଅ ଓ ସ୍ତ୍ରୀଙ୍କୁ ଲକ୍ଷ୍ମୀପୁର ମେଡିକାଲ ଠାରେ ରହି ଚିକିତ୍ସା ଚାଲୁଥିଲା। ସେମାନଙ୍କୁ ଦେଖିବା ପାଇଁ ମୃତ ବ୍ୟକ୍ତି ଙ୍କ ସହିତ ଲକ୍ଷ୍ମୀପୁର ମେଡ଼ିକାଲକୁ ବାଇକ ନମ୍ବର ଏ ପି ୩୫ ଏ ଏ ୪୭୬୧ ଚଳାଇ ଯାଇଥିଲେ। ବର୍ତ୍ତମାନ ଆହତ ବ୍ୟକ୍ତିଙ୍କ ବୟାନ ଅନୁଯାଇ ନିଜ ଅସୁସ୍ଥ ଓ ଝିଅକୁ ଦେଖି ପୁନର୍ବାର ଫେରିବା ବେଳେ ଦୁଇ ଜଣ ମଦ ପିଇ ଥିଲେ। ମୃତ ବ୍ୟକ୍ତି ଜଣକ ହିଁ ବାଇକ ଚଳାଇ ମଦ ନିଶାରେ ବହୁ ଜରରେ ସ୍ପିଡରେ ଫେରୁଥିଲେ। ହଠାତ ବୁଲାଣି (ଟର୍ଣିଁ) ପଡ଼ିବାରୁ ବାଇକ ଚାଳକ ଭାର ଶ୍ୟାମ ହରାଇ କଚାଡି ପଡି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ପେଦାଲୋଡା ପଞ୍ଚାୟତ ସରପଞ୍ଚ ଶେଖର କଣ୍ଡାଗରି ପହଞ୍ଚି ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍

Related posts

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନ

Sunil Chandra Nayak

Leave a Comment

error: Content is protected !!